ଏଠି ତାପମାତ୍ରା ୧୦୦ ଉପରେ, ବିଶ୍ୱର ସବୁଠୁ ଗରମ ସ୍ଥାନ

ଗରମ ଦିନ ଆସିଲେ ପ୍ରାୟ ସମସ୍ତଙ୍କୁ ଚିନ୍ତା ହୁଏ କେମିତି କଟିବ ଖରାଦିନ । ବିଶେଷକରି ସହରାଞ୍ଚଳ ମାନଙ୍କରେ ଖରାଦିନ ଅତି ଅସହ୍ୟ ହୋଇପଡେ । କିଛି ଲୋକେ ତ ଏହି ସମୟରେ ଥଣ୍ଡା ସ୍ଥାନକୁ ଭ୍ୟାକେସନ କରିନିଅନ୍ତି । ବେଶୀ ତାପମାତ୍ରା କହିଲେ ଆମ ରାଜ୍ୟରେ ୫୦ପାଖାପାଖି । ଆଉ ଏତିକିରେ ହିଁ ଅସହ୍ୟ ହୋଇପଡେ ଜନଜୀବନ । କିନ୍ତୁ ଥରେ ଭାବନ୍ତୁ ଯୋଉଠି ସବୁଠୁ ଅଧିକ ତାପମାତ୍ରା ଥିବା ସ୍ଥାନ ସେଠାରେ ଲୋକେ କିଭଳି ଦିନ କାଟୁଥିବେ । ଏହି ଭିଡିଓରେ ଜାଣିବା ଦୁନିଆର ସବୁଠୁ ଅଧିକ ତାପମାତ୍ରା ରହୁଥିବା ସ୍ଥାନ କୋଉଠି ଏବଂ ସେଠାରେ ଲୋକଙ୍କ ହାଲ କିଭଳି ବେହାଲ ହେଉଥିବ ।

ଯଦି ଦୁନିଆର ସବୁଠାରୁ ଗରମ ସ୍ଥାନ କଥା କହିବା ତେବେ ସ୍ଥାନଟି କାଲିଫର୍ନିଆରେ ରହିଛି । ଯେଉଁଠାରେ ଡେଥ ବ୍ୟାଲି ନାମରେ ଏକ ଜାଗା ଅଛି । ଏଠି ଅଗଷ୍ଟ, ଜୁନ ମାସରେ କାଫି ଗରମ ହୋଇଥାଏ । କାରଣ ଏଠାରେ ପାରା ଏତେ ଅଧିକ ରହିଥାଏ କି ଅନ୍ୟ କେଉଁଠି ବି ଏଭଳି ତାପମାତ୍ରା ପରିଲକ୍ଷିତ ହୁଏନି । ପୂର୍ବ ବର୍ଷ ଏହି ସମୟରେ ସବୁଠୁ ବେଶୀ ତାପମାତ୍ରା ୧୩୦ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଯେତେବେଳେ ତାପମାତ୍ରା ସର୍ବାଧିକ ୧୩୦ ଡିଗ୍ରୀ ରହିଥିଲା ଡବ୍ଲୁଏମଓ ଏହି ରେକର୍ଡ ବିଷୟରେ ସୂଚନା ଦେଇଛି । ଏତେ ଗରମରେ ବି ଟୁରିଷ୍ଟ ଏଠାକୁ ଆସିଥାନ୍ତି । ଆଉ ତାପମାତ୍ରା ମାପିବା ମିଟର ସହ ଫଟୋ ନେଇଥାନ୍ତି । ସତରେ ଏଠାକାର ପାଗ ଆଶ୍ଚର୍ଯ୍ୟ କଲାଭଳି ।

ଏଠି ଏଭଳି ଗରମ କେବଳ ଏହି ସ୍ଥାନର ଭୌଗଳିକ ସ୍ଥିତି ପାଇଁ ଅଟେ । ଏଠାରେ ପାଣିର କମି ଓ ଗଛଲତା କମ ହେତୁୃ ତାପମାତ୍ରା ବହୁତ ହି ବଢିଯାଏ । ପ୍ରାୟତ ଜୁନ ମାସରେ ଏଠାରେ ସବୁଠୁ ଉଚ୍ଚରେ ଥାଏ ତାପମାତ୍ରା । ଯାହା ବେଶ ଅସହ୍ୟ । ତେଣୁ ଏଠାକାର ଭୂଇଁ ବି ଫାଟିଯାଇଥାଏ ଅତ୍ୟଧିକ ଗରମ କାରଣରୁ । ଏହି ସ୍ଥାନକୁ ଦୁନିଆର ସବୁଠୁ ଗରମ ସ୍ଥାନ ଭାବେ ଜଣାଯାଏ ।

ଏଠାକାର ଗରମ ଗିନିଜ ବୁକ ଅଫ୍‌ ରେକର୍ଡରେ ରହିଛି । ପାଖାପାଖି ୧୦୦ବର୍ଷ ପୂର୍ବେ ଏଠାକାର ତାପମାତ୍ରା ୧୩୬.୪ ଡିଗ୍ରୀ ଫ୍ୟାରେନାଇଟ ଯାଏଁ ଆସିଯାଇଥିଲା । ଏଠାରେ ବର୍ଷକରେ ଥରେ ଦୁଇ ଇଞ୍ଚରୁ ବି କମ ବର୍ଷା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.