କେଉଁ ଆଧାରରେ ଟୋଲ ଆଦାୟ କରାଯାଇଥାଏ, କଣ ଏହାର ନିୟମ ଜାଣିବା

ଏପ୍ରିଲ୧, ୨୦୨୨ଠାରୁ ଏବେ ନ୍ୟାସନାଲ ହାଇୱେରେ ଯାତାୟାତ କରିବା ମହଙ୍ଗା ହୋଇଯାଇଛି । ଏବେ ଏନଏଚଏଆଇ ଟୋଲ ଟ୍ୟାକ୍ସରେ ୧୦ଟଙ୍କାରୁ ୬୫ଟଙ୍କା ପର୍ଯ୍ୟନ୍ତ ବଢାଇଛି । ଟୋଲ ବାଟ ଦେଇ ଯାଉଥିବା ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ୬୫ଟଙ୍କା ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ହେବ । ଟୋଲ ଟ୍ୟାକ୍ସର ବଡ ମୂଲ୍ୟ ମଧ୍ୟରେ ବି ଏବେ ଲୋକଙ୍କ ମନରେ ପ୍ରଶ୍ନ ଏଇଆ ଯେ ହାଇୱେରେ ଯେଉଁ ଟୋଲ ନିଆଯାଉଛି ତାର ଗଣତି କିଭଳି ହେଉଛି । ଅର୍ଥାତ ଏହା କେଉଁ ଆଧାରରେ ନିଷ୍ପତ୍ତି ନିଆଯାଏ । କେଉଁ ଗାଡିକୁ କେତେ ଟଙ୍କା ଦେବାକୁ ପଡିଥାଏ । ଜାଣିବା ଟୋଲକୁ ନେଇ କଣ କିଭଳି ନିୟମ ରହିଛି ।

ଭାରତରେ ପ୍ରତି ଷ୍ଟେଟ ଓ ନ୍ୟାସନାଲ ହାଇୱେ ଏକ୍ସପ୍ରେସ ୱେ ଉପରେ ସଡକ ନିର୍ମାଣ ଓ ଏହାର ରକ୍ଷଣା ବେକ୍ଷଣର ଖର୍ଚ୍ଚକୁ ନେଇ ଏକ ଶୁଳ୍କ ନିଆଯାଇଥାଏ । ଏହି ଶୁଳ୍କକୁ ହିଁ ଟୋଲ କୁହାଯାଇଥାଏ । ଏହା ଏକ ପ୍ରକାର ଟ୍ୟାକ୍ସ ଅଟେ । ଏସବୁ ବସୁଲି ପରେ ସଡକ ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ୪୦ପ୍ରତିଶତର କମ ଦର ହିସାବରେ ଶୁଳ୍କ ନିଆଯାଏ ।

ଟୋଲ ଟ୍ୟାକ୍ସ କାଲକୁଲେଟ କରିବା ପଛରେ ଅନେକ ଫ୍ୟାକ୍ଟ ଦେଖାଯାଏ । ଟୋଲ ଟ୍ୟାକ୍ସ ଗଣନା ପାଇଁ ହାଇୱେର ଦୂରତା ଉପରେ ନିର୍ଭର କରେ । ଏହା ସାଧାରଣତ ୬୦କିଲୋମିଟରରୁ ଆରମ୍ଭ ହୋଇଥାଏ । ଏଥିରୁ କମ ଅଥବା ଅଧିକ ହେବା ଫଳରେ ଟ୍ୟାକ୍ସରେ ବି ସେଇ ହିସାବରେ ପରିବର୍ତ୍ତନ ହୋଇଥାଏ । କିନ୍ତୁ ୬୦କିଲୋମିଟରକୁ ମାନକ ଭାବେ ନିଆଯାଇଥାଏ । ହେଲେ ଏଥିରେ ଯଦି ବ୍ରିଜ, ଟନଲ, ବାଇପାସ ଆଦି ରହିଥାଏ ତେବେ ତାର ମଧ୍ୟ ଟୋଲ ବଦଳିଯାଇଥାଏ । ଏହା ଛଡା ହାଇୱେର ଚଉଡା, ଏଗ୍ରିମେଣ୍ଟ, ଏପ୍ଲିକେବଲ ଫିସ, ହାଇୱେକୁ ଲାଗି ଥିବା ସେଠାକାର ସ୍ଥିତି ଉପରେ ନିର୍ଭର କରିଥାଏ ଟୋଲ ଚାର୍ଜ ।

ସରକାରୀ ସୂଚନା ଅନୁସାରେ ଆଧାର ବର୍ଷ ୨୦୦୭-୦୮ପାଇଁ ଚାରିରୁ ଅଧିକ ଲେନ ନ୍ୟାସନାଲ ହାଇୱେରେ ସେକ୍ସନର ଉପଯୋଗ ହେତୁ ଫିସର ଦର କିଛି ଏଭଳି । ଏଥିରେ କାର, ଜିପ, ଭ୍ୟାନ ଭଳି ଯାନ ପାଇଁ ପ୍ରତି କିଲୋମିଟର ପ୍ରତି ଦରର ଆଧାରରେ ୦.୬୫, ହାଲକା ବାଣିଜ୍ୟକ ଯାନ ଅର୍ଥାତ ହାଲକା ମିନି ବସ ୧.୦୫, ବସ ଅଥବା ଟ୍ରକ ୨.୨୦ ପଇସା, ଏବଂ ଭାରିଯାନ ପାଇଁ ୩.୪୫ଟଙ୍କା ପ୍ରତି କିଲୋମିଟର ଆଧାରରେ ଧରାଯାଇଛି ।

୧ ଏପ୍ରିଲ ୨୦୦୮ରୁ ବିନା ପ୍ରଶମନରେ ପ୍ରତିବର୍ଷ ତିନି ପ୍ରତିଶତ ଯାଏଁ ବଢାଯିବ । ବଢାଯାଇଥିବା ଏହି ଦର ଆଗାମୀ ବର୍ଷ ପାଇଁ ଆଧାର ଦର ବୁଝାଯିବ । ଏଥିପାଇଁ ବି ଏକ ସୁତ୍ର ବ୍ୟବହାର କରିବାକୁ ପଡିଥାଏ । ଯେଉଁଥିରୁ ଏହାର ଗଣନା ହୋଇଥାଏ । ଯାନବାହାନର ଆକାର ସହ ସେହି ଯାନ ଉଠାଉଥିବା ଭାର ଓ ସଡକର କ୍ଷତି ଉପରେ ଆଧାରିତ ହୁଏ ଟୋଲ ଚାର୍ଜ । ଯାନର ବ୍ୟବହାର କରାଯିବା ଆଧାରରେ ବି ଟୋଲ ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ ।

You might also like