ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି: କାମଚଳା ପ୍ରଧାନମନ୍ତ୍ରୀ ଚୟନ ପାଇଁ ରାଷ୍ଟ୍ରପତିଙ୍କ ଚିଠି ମିଳିନି କହିଲେ ଶେହବାଜ ସରିଫ

ନୂଆଦିଲ୍ଲୀ : ପାକିସ୍ତାନରେ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କାମଚଳା ପ୍ରଧାନମନ୍ତ୍ରୀ ଚୟନ ପାଇଁ ତାଙ୍କୁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ଲେଖିଥିବା କୌଣସି ଚିଠି ସେ ପାଇନଥିବା କହିଛନ୍ତି ବିରୋଧୀ ଦଳ ନେତା ଶେହବାଜ ସରିଫ। ଚିଠି ମିଳିବା ପରେ ଦଳର ନେତା ଓ ସହଯୋଗୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଶେହବାଜ। ଗତକାଲି ରାଷ୍ଟ୍ରପତି ଆରିଫ ଅଲ୍ଲୀ କାମଚଳା ପ୍ରଧାନମନ୍ତ୍ରୀ ଚୟନ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ବିରୋଧୀ ଦଳ ନେତା ଶେହବାଜ ସରିଫଙ୍କୁ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ହିଁ ଇମ୍ରାନ ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାଁ ସୁପାରିଶ କରିଥିଲେ। ସେପଟେ ସଂସଦ ଭଙ୍ଗ ନେଇ ପାକିସ୍ତାନ ସୁପ୍ରିମ କୋର୍ଟରେ ଚାଲିଛି ଶୁଣାଣି। ୫ଜଣିଆ ଖଣ୍ଡପୀଠ ବଦଳରେ ସୁପ୍ରିମ କୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠରେ ଶୁଣାଣି ପାଇଁ ଦାବି କରିଛନ୍ତି ବିରୋଧୀ ଦଳ।

ଅନ୍ୟପକ୍ଷରେ ଇମ୍ରାନ୍ ଖାନ୍ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ବିରୋଧୀ ଦଳ ଜନତାଙ୍କ ରାୟଙ୍କୁ ଭୟ କରୁଛନ୍ତି ଏବଂ ନିର୍ବାଚନରୁ ଦୂରେଇ ପାଇଁ ଚାହୁଁଛନ୍ତି । ନିର୍ବାଚନ ହେଲେ ହାରିବା ଭୟ ସେମାନଙ୍କ ମନରେ ରହୁଛି ବୋଲି ଇମ୍ରାନ୍ ଖାନ୍ କହିଛନ୍ତି । ସେପଟେ ପାକିସ୍ତାନରେ ତିନି ମାସ ଭିତରେ ନିର୍ବାଚନ କରାଇବା କଷ୍ଟକର ବୋଲି କହିଛନ୍ତି ନିର୍ବାଚନ କମିଶନର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.