ମାତ୍ର ୨୧ ବର୍ଷ ବୟସରେ ନିଜ ଠାରୁ ୧୩ ବର୍ଷ ବଡ କୋ ଆକ୍ଟରଙ୍କୁ ବିବାହ କରିବାକୁ ଚାହୁଁଥିଲେ ରଶ୍ମିକା

ରଶ୍ମିକା ମନ୍ଦନା “କର୍ଣ୍ଣାଟକ କ୍ରସ”ର ଉପନାମକୁ ନିଜ ନାଁରେ କରିଛନ୍ତି । ଏହି ନାଁଟି ରଶ୍ମିକାଙ୍କ ଫ୍ୟାନ୍ସ ମାନେ ହିଁ ତାଙ୍କୁ ଦେଇଛନ୍ତି । ଲୋକମାନେ ତାକୁ ଖୁବ ଅଧିକ ଭଲ ପାଉଥିବାରୁ ତାଙ୍କୁ ଏହି ନାଁ ଦେଇଛନ୍ତି ବୋଲି ନିଜେ ରଶ୍ମିକା ପ୍ରକାଶ କରିଛନ୍ତି । ରଶ୍ମିକାଙ୍କୁ ଏବେ ମାତ୍ର ୨୬ ବର୍ଷ ବୟସ ହୋଇଥିବା ବେଳେ ଏହି ବୟସରେ ବି ସେ ବଡ ବଡ ହିରୋଇନ ମାନଙ୍କୁ କଡା ଟକ୍କର ଦେଉଥିବା ନଜର ଆସିଛି । ନିଜ ଏକ୍ସପ୍ରେସନ ପାଇଁ ହେଉ ଅବା, ନିଜ ସୌନ୍ଦର୍ଯ୍ୟ ପାଇଁ ହେଉ ଅବା ତାଙ୍କର ଅଜବ ଅଦାକରି ପାଇଁ ହେଉ ସବୁଥିରେ ରଶ୍ମିକାଙ୍କର ଏକ ନିଆରା ଅନ୍ଦାଜ ରହିଛି । ମାତ୍ର ୫ ବର୍ଷର କ୍ୟାରିୟର ଭିତରେ ପାଞ୍ଚ ପାଞ୍ଚଟି ହିଟ ସିନେମା ଦେଇଛନ୍ତି ରସମୀକା । ଏଭିତରୁ କେତୋଟି ବ୍ଳକବ୍ଲଷ୍ଟର ହିଟ ବି ହୋଇଛି ।

ରଶ୍ମିକା ମନ୍ଦନା ଯେତିକି ନିଜ କ୍ୟାରିୟରରେ ସଫଳତା ପାଇଛନ୍ତି ସେତିକି ସଫଳ ବି ସେ ନିଜ ଶିକ୍ଷା କ୍ଷେତ୍ରରେ ଅଛନ୍ତି । ରଶ୍ମିକାଙ୍କ ଶିକ୍ଷାଗତ ଯୋଗ୍ୟତା ବି ବେଶ ଭଲ ରହିଛି । ସେ ରାମେୟା କଲେଜରୁ ମନୋବିଜ୍ଞାନରେ ଏମ ଏ କରିଥିବା ବେଳେ ପତ୍ରକାରିତା ତଥା ଇଂରାଜୀ ଭାଷାରେ ବିଏ ଡିଗ୍ରୀ ହାସଲ କରିଛନ୍ତି ।

ଏସବୁ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ଖୁବ ଚର୍ଚ୍ଚାରେ ରୁହନ୍ତି ରଶ୍ମିକା । ମାତ୍ର ୨୧ ବର୍ଷ ବୟସରେ ନିଜ ଠାରୁ ୧୩ ବର୍ଷ ବଡ କୋ ଆକ୍ଟର ରକ୍ଷିତ ସେଟ୍ଟିଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ ରଶ୍ମିକା । କିନ୍ତୁ ଏହି ସମ୍ପର୍କ ମାତ୍ର ଗୋଟେ ବର୍ଷ ଭିତରେ ହିଁ ଭାଙ୍ଗିଯାଇଥିଲା । ଏସବୁ ବାଦ ନିଜ ଷ୍ଟାଇଲକୁ ନେଇ ବି ଖୁବ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟନ୍ତି । ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ନିଜ ଷ୍ଟାଇଲିସ ଲୁକା ସବୁକୁ ସେୟାର ମଧ୍ୟ କରନ୍ତି । ସମୁଦ୍ର କୂଳରେ ସମୟ ବିତେଇବା ତାଙ୍କର ଖୁବ ପସନ୍ଦ । କହିରଖୁଛୁକି ରଶ୍ମିକାଙ୍କର ବଲିଉଡରେ ଏଣ୍ଟ୍ରି ସୁଜି ଜରିଆର ହୋଇହଇଲା । ଖୁବ କମ ଦିନ ଭିତରେ ବାଇଲଦଉରେ ” ଆନିମଲ ବୟ” ରେ ହିଁ ଦେଖା ଦେଇଥିଲର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.