କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ ଗିରଫ, ଆଜି କରାଯିବ କୋର୍ଟ ଚାଲାଣ

ଭୁବନେଶ୍ବର(କେନ୍ୟୁଜ୍):ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଗତରାତିରେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ଭିଜିଲାନ୍‌ସ ଅଧିକାରୀ ।

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ଅସଦ ଉପାୟରେ ବିପୁଳ ଟଙ୍କା କମାଇଥିବା ବେଳେ ସାଲିଆ ସାହିରେ ରହୁଥିବା ଭଉଣୀଙ୍କୁ ଟଙ୍କା ଦେଇଥିବା ମାନିଥିଲେ କଳ୍ପନା । ଏହାପରେ କଳ୍ପନାଙ୍କ ଭଉଣୀ ଘରୁ ମିଳିଛି ୧ କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା । ଭୁବନେଶ୍ୱର ସାଲିଆ ସାହିରୁ ମିଳିଛି ଏହି ଟଙ୍କା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜବତ କଲାଣି ୩ କୋଟି ୪୧ ଲକ୍ଷ ୬୭ ହଜାର ଟଙ୍କା । ନଗଦ ଟଙ୍କା ଜବତ ଘଟଣାରେ ରେକର୍ଡ । ନିଜ ରେକର୍ଡ ନିଜେ ଭାଙ୍ଗିଲେ କାର୍ତ୍ତିକେଶ୍ୱର ରାଉଳ । ଗତକାଲି କାର୍ତ୍ତିକେଶ୍ୱର ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.