ଦୋକାନୀଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା ଘଟଣା:  ଅଭିଯୁକ୍ତ ଟ୍ରକ ହେଲପର ଗିରଫ

ଆନନ୍ଦପୁର (କେନ୍ୟୁଜ୍):  ଦୋକାନୀଙ୍କୁ ରଡ୍‌ରେ ପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଟ୍ରକ ହେଲପର ଗିରଫ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକର ଘଟଣା। ମା’ଲକ୍ଷ୍ମୀ ଭେରାଇଟି ଷ୍ଟୋର ମାଲିକ ଦୀଲ୍ଲିପ୍‌ ବେହେରାଙ୍କୁ ରଡ୍‌ରେ ପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ନରେନ୍ଦ୍ର ଜେନା ଗିରଫ। ଯାଜପୁର ଜିଲ୍ଲା ଟମକା ଥାନା ମାଙ୍କଡଧରା ଅଞ୍ଚଳରୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତକୁ ଅଧିକ ପଚରା ଉଚାର କରୁଛି ରାମଚନ୍ଦ୍ରପୁର ପୋଲିସ୍‌ ।

ଗତକାଲି ମୃତକ ଦୀଲ୍ଲିପ୍‌ଙ୍କ ଦୋକାନ ନିକଟକୁ ଲାଗିରହିଥିବା ଏକ ଗ୍ୟାରେଜ୍‌କୁ ନରେନ୍ଦ୍ର ଟ୍ରକରୁ ନେଇ କୈାଣସି କାମ ପାଇଁ ଆସିଥିଲେ । ଦୀଲ୍ଲିପଙ୍କ ଦୋକାନରୁ ନରେନ୍ଦ୍ର କିଛି ଜିନିଷ କିଣି ପଇସା ଦେଇଥିଲେ । ବାକି ପଇସା ନଫେରାଇ ଦୀଲ୍ଲିପ୍‌ ଅନ୍ୟଜଣେ ଲୋକଙ୍କ ସହ କଥା ହେବାରେ ବ୍ୟସ୍ତ ଥିଲେ । ବାରମ୍ବାର ନରେନ୍ଦ୍ର ନିଜ ବାକି ପଇସା ମାଗିବାରୁ ଚିଡିଯାଇଥିଲେ ଦିଲ୍ଲୀପ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍‌କ୍ଷିପ୍ତ ହୋଇ ନରେନ୍ଦ୍ର ନିଜ ଗାଡିରେ ଥିବା ଜ୍ୟାକ୍‌ ରଡ୍‌କୁ ଆଣି ଦୀଲ୍ଲିପ୍‌ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.