ଗରମ ଏବଂ ଛୁଟି ଦିନ ଆସିଲେ ଏୟାରଲାଇନ୍ସ ନିଜର ଗ୍ରାହକଙ୍କୁ ବଢ଼ିଆ ସାନଦାର ଅଫର୍ସ ଦେବା ଆରମ୍ଭ କରିଦିଅନ୍ତି। ତାହା ଘରୋଇ ବିମାନ ହେଉ କିମ୍ବର ଅନ୍ତରାଷ୍ଟ୍ରୀୟ ବିମାନ। କରୋନା ପରେ ଟ୍ରାଭେଲ ଇଣ୍ଡଷ୍ଟ୍ରୀ ଉପରେ ପ୍ରଭାବ ପଡିବା ପରେ ଏବେ ଆଶା କରାଯାଉଛି ଯେ ଏହି ସମର ସିଜନରେ ଏୟାରଲାଇନ୍ସକୁ ବହୁତ ଭଲ ବିଜନେସ୍ ମିଳିବ।
ସମର ଭେକେସନ୍ ପୂର୍ବରୁ ଏୟାରଲାଇନ୍ସ ନିଜର ଯାତ୍ରୀଙ୍କ ପାଇଁ ବଢ଼ିଆ ଅଫର ଦେବା ଆରମ୍ଭ କରିଦେଇଛି। ଯଦି ଆପଣ ବି କୁଆଡେ ଯିବାକୁ ପ୍ଲାନିଙ୍ଗ କରୁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏୟାରଲାଇନ୍ସ କମ୍ପାନୀ ଗ୍ରାହକଙ୍କୁ ଶସ୍ତା ବିମାନ ଯାତ୍ରାର ମଉକା ଦେଉଛି। ଅଫର୍ସ ଜରିଆରେ ଆପଣ ଶସ୍ତା ଦାମରେ ଟିକେଟ ବୁକ କରିପାରିବେ। ଏହି ପରିପ୍ରେକ୍ଷୀରେ ଟାଟା ଗ୍ରୁପର ସପୋର୍ଟେଡ ବିସ୍ତାରା ଏୟାରଲାଇନ ବଢ଼ିଆ ଅଫର ଲଞ୍ଚ୍ କରିଛି। ଯଦି ଆପଣ ମଧ୍ୟ ଫ୍ଲାଇଟରେ କୁଆଡେ ଯିବାକୁ ପ୍ଲାନ କରୁଛନ୍ତି ତାହେଲେ ଫଟାଫଟ ଟିକେଟ ବୁକ୍ କରିଦିଅନ୍ତୁ। କାହିଁକିନା ଏହି ଅଫର ସୀମିତ ସମୟ ପାଇଁ ରହିଛି।
ଶସ୍ତା ବିମାନ ଯାତ୍ରାର ଆନନ୍ଦ ନେବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଭିସ୍ତାରା ଏୟାରଲାଇନ୍ସ ବଢ଼ିଆ ଅଫର ନେଇ ଆସିଛି। ଭିସ୍ତାରା ଏୟାରଲାଇନ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ଉପରେ ସମରଟାଇମ ସେଲ ଘୋଷଣା କରିଛି। ଏହି ଅଫର ଇକୋନୋମୀ, ପ୍ରିମିୟମ ଇକୋନୋମୀ ଏବଂ ବିଜନେସ କ୍ଲାସ ପାଇଁ ଉପଲବ୍ଧ ରହିଛି।
ଏହି ଦିନ କରିପାରିବେ ଶସ୍ତା ଟିକେଟ ବୁକ
ଭିସ୍ତାରା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଅଫର ଘରୋଇ ବିମାନ ଉଡାଣ ପାଇଁ ୭୨ ଘଣ୍ଟା ଭିତରେ ବୁକିଙ୍ଗ କରିପାରିବେ। ଅଫର ସମୟ ୨୧ ଏପ୍ରିଲ ରାତି ୨୧:୫୯ ପର୍ଯ୍ୟନ୍ତ ରହିବ। ଅଫରରେ ଇକୋନୋମୀ କ୍ଲାସ ପାଇଁ ୨,୪୯୯ ଟଙ୍କା, ପ୍ରିମିୟମ କ୍ଲାସ ପାଇଁ ୩,୪୫୯ ଟଙ୍କା ଏବଂ ବିଜନେସ କ୍ଲାସ ପାଇଁ ୯,୯୯୯ ଟଙ୍କାର ଟିକେଟ ରହିଛି।