ସମଲେଶ୍ବରୀ ମନ୍ଦିର ନିକଟରୁ ନିଖୋଜ ହୋଇଥିବା ଯୁବକର ମିଳିଲା ହାତ ଗୋଡ଼ ବନ୍ଧା ମୃତ ଦେହ

ସମ୍ବଲପୁର (କେନ୍ୟୁଜ): କ୍ଷେତରାଜପୁର ଥାନା ଅନ୍ତର୍ଗତ ସମଲେଶ୍ବରୀ ମନ୍ଦିର ନିକଟରୁ ନିଖୋଜ ହୋଇଥିବା ଯୁବକର ମୃତ ଦେହ ବୁର୍ଲା ୧୮ ହଜ଼ାର ପାୱାର କେନାଲରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଗତ ୨୬ ତାରିଖରୁ ଝାଙ୍କରପାଲି ଅଞ୍ଚଳର ସୁବିନ୍ଦ କୁଅଁର ନାମକ ଜଣେ ଯୁବକ ସମଲେଶ୍ବରୀ ମନ୍ଦିର ନିକଟରୁ ଜଣେ ଯୁବତୀଙ୍କୁ ଦେଖା କରିବାକୁ ଆସି ନିଖୋଜ ହୋଇଯାଇଥିଲେ।

ଏନେଇ ୨୬ ତାରିଖ ରେ ସୁବିନ୍ଦ କୁଅଁରଙ୍କ ମା କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ ମଧ୍ୟ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗତକାଲି ସୁବିନ୍ଦଙ୍କ ପରିବାର ବର୍ଗ ଏବଂ ଝାଙ୍କରପାଲି ଅଞ୍ଚଳର ଲୋକେ ଥାନାକୁ ଆସି ଘେରାଓ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.