ରେଳ ଟିକେଟରେ ଠକେଇ କରି ଫସିଲେ ମାହାଙ୍ଗା କୁଆଁପାଳର କମ୍ପ୍ୟୁଟର ଦୋକାନୀ, ଗିରଫ କଲା RPF

ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା କୁଆଁପାଳ ବଜାରରେ ରେଳ ଟିକେଟର କଳା ବଜାରୀ। କୁଆଁପାଳ ସ୍ଥିତ ଏ – ୱାନ ଅନଲାଇନ୍ ସେଣ୍ଟରରେ ନକଲି ରେଳ ଟିକେଟ କରାଯାଉଥିବାକୁ ନେଇ ରେଳ ବିଭାଗର କଟକ RPFର ଏକ ଛଅ ଜଣିଆ ଟିମ  ଚଢାଉ କରିଛି। ସମ୍ପୃକ୍ତ ଅନଲାଇନ ସେଣ୍ଟରଟି ଦୀପକ ସାହୁ ନାମକ ଯୁବକଙ୍କର ବୋଲି ଜଣା ପଡିଛି। ଦୀପକ ଅନେକ ଦିନରୁ ନିଜ ପର୍ସନାଲ ଆଇଡିରୁ ଗ୍ରାହକ ମାନଙ୍କ ପାଇଁ ରେଳ ଟିକେଟ କରି ବ୍ୟବସାୟ କରୁଥିଲେ।

ଏ ସମନ୍ଧରେ ଗତ କିଛି ଦିନ ହେବ ତାଙ୍କ ଆଇଡିକୁ ରେଳ ବିଭାଗ ସ୍କାନରରେ ରଖିଥିଲା। ଆଜି ଅତର୍କିତ ଭାବରେ ତାଙ୍କ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ ମାହାଙ୍ଗା ପୋଲିସ ସହାୟତାରେ ସାଇବର ସେଲର ଜଣେ ଅଧିକାରୀଙ୍କ ସହ RPFର ସବ୍- ଇନ୍ସପେକ୍ଟର ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଛଅ ଜଣିଆ ଏକ ଟିମ୍ ଚଢାଉ କରି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ସଂପୃକ୍ତ ଅନଲାଇନ ସେଣ୍ଟରର ମଲିକ ଦୀପକ ସାହୁଙ୍କୁ ଧାରା ୧୪୧ ରେ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଆଇ ଶ୍ରୀ ତ୍ରିପାଠୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.