ଡାକ ବିଭାଗରେ ଚାକିରି! ସାରା ଦେଶରେ ୩୮ ହଜାରରୁ ଅଧିକ ପଦ ପୂରଣ ପାଇଁ ବାହାରିଲା ବମ୍ପର ନିଯୁକ୍ତି…ଜାଣନ୍ତୁ କେତେ ରହିଛି ଦରମା

ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ଇଚ୍ଛୁକ କି? ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଡାକ ବିଭାଗ ମୋଟ ୩୮,୯୨୬ ପଦ ପୂରଣ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ଏହି ଭର୍ତ୍ତି ସାରା ଦେଶର ଗ୍ରାମୀଣ ଡାକଘରଗୁଡ଼ିକରେ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ indiapostgdsonline.gov.in େଓ୍ଵବ୍‌ସାଇଟକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ମେ’ ୨ରୁ ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ଶେଷ ତାରିଖ ରହିଛି ଜୁନ୍‌ ୫।

ଭାରତୀୟ ଡାକ ବିଭାଗ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ସମେତ ୩୮,୯୨୬ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ଏହାର ଅଫିସିଆଲ ନୋଟିଫିକେସନ ଦେଖି ପାରିବେ।

ଆବଶ୍ୟକ ଯୋଗ୍ୟତା

ଭାରତୀୟ ଡାକର ଗ୍ରାମୀଣ ଡାକ ସେବକ ପଦଗୁଡ଼ିକରେ ଆବେଦନ ନିମନ୍ତେ ପ୍ରାର୍ଥୀମାନେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ ଶ୍ରେଣୀ ପାସ୍‌ ହୋଇଥିବା ଦରକାର। ଏଥି ସହିତ ସେମାନେ ଯେଉଁ ଅଞ୍ଚଳ ପାଇଁ ଆବେଦନ କରୁଛନ୍ତି, ସେଠାକାର ସ୍ଥାନୀୟ ଭାଷା ମଧ୍ୟ ଜାଣିଥିବା ଜରୁରୀ।

ବୟସ ସୀମା ଓ ଆବେଦନ ଶୁକ୍ଳ

ଏହି ପଦଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ବୟସ ସୀମା ୧୮ରୁ ୪୦ ବର୍ଷ ଭିତରେ ହୋଇଥିବା ଦରକାର। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କର ସର୍ବାଧିକ ବୟସ ସୀମାରେ ଭାରତ ସରକାରଙ୍କ ନିୟମ ଅନୁସାରେ ଛାଡ୍‌ କରାଯିବ। ଅନ୍ୟପଟେ ଆବେଦନ ଶୁକ୍ଳ ଦେଖିଲେ, ପ୍ରାର୍ଥୀଙ୍କୁ ଚାକିରି ନିମନ୍ତେ ଆବେଦନ କରିବା ପାଇଁ ୧୦୦ ଟଙ୍କା ଫି’ ଦେବାକୁ ପଡ଼ିବ।

ଦରମା

ବ୍ରାଞ୍ଚ ପୋଷ୍ଟମାଷ୍ଟର ପଦରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ୧୨,୦୦୦ ଟଙ୍କା ଦରମା ଦିଆଯିବ। ସେହିପରି ଅନ୍ୟାନ୍ୟ ପଦରେ ମନୋନୀତ ପ୍ରାର୍ଥୀଙ୍କୁ ପ୍ରତି ମାସରେ ୧୦,୦୦୦ ଟଙ୍କା ବେତନ ଦିଆଯିବ।

କେମିତି କରିବେ ଆବେଦନ

ଭାରତୀୟ ଡାକ ବିଭାଗରେ କାମ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ କେବଳ indiapostgdsonline.gov.in େଓ୍ଵବ୍‌ସାଇଟକୁ ଯାଇ ଆବେଦନ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.