ରାହୁଲ ଗାନ୍ଧୀଙ୍କ କାଠମାଣ୍ଡୁ ଗସ୍ତକୁ ନେଇ ଏବେ ବିଜେପି-କଂଗ୍ରେସ ଭିତିରେ ଟ୍ଵିଟ ଯୁଦ୍ଧ

ରାହୁଲ ଗାନ୍ଧୀଙ୍କ କାଠମାଣ୍ଡୁ ଗସ୍ତକୁ ନେଇ ଏବେ ବିଜେପି-କଂଗ୍ରେସ ଭିତିରେ ଟ୍ଵିଟ ଯୁଦ୍ଧ । ରାହୁଲ କାଠମାଣ୍ଡୁର ଏକ ନାଇଟ କ୍ଲବରେ କିଛି ସମୟ ବିତାଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ବିଜେପିର ଅମିତ ମାଲବ୍ୟା ଓ ଅନ୍ୟ ନେତା କହିଛନ୍ତି, ମୁମ୍ବାଇରେ ଆକ୍ରମଣ ହୋଇଥିବା ବେଳେ ରାହୁଲ ନାଇଟ କ୍ଲବରେ ଥିଲେ । ଏବେ ତାଙ୍କ ପାର୍ଟି ଭିତରେ ଅନ୍ତଃକନ୍ଦଳ ତୀବ୍ର ହୋଇଥିବା ବେଳେ ସେ ନାଇଟ କ୍ଲବରେ ଦେଖାଯାଉଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ କହିଛି ରାହୁଲ ନେପାଳରେ ଜଣେ ସାମ୍ବାଦିକାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ବିବାହ ଉତ୍ସବରେ ଯୋଗଦେବା ଏକ ଅପରାଧ ନୁହେଁ । ଏହାକୁ ନେଇ ବିଜେପି ମିଥ୍ୟା ପ୍ରଚାର କରୁଛି । ତେବେ ନାଇଟ କ୍ଲବରେ ରାହୁଲଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ରାହୁଲଙ୍କ ସାଙ୍ଗରେ କିଏ ଠିଆ ହୋଇଛନ୍ତି ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି । ବିବାହ ଉତ୍ସବରେ ଯୋଗଦେବା ଏକ ଅପରାଧ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.