ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ , ସମ୍ବଲପୁର ଭୀମଖୋଜ ସେକ୍ସନ ଅଞ୍ଚଳରେ ୫ ଦିନ ହେଲା ଘୂରି ବୁଲୁଛି ଅସୁସ୍ଥ ହାତୀ

ଆଠଗଡ଼(କେନ୍ୟୁଜ୍) : ଅସୁରକ୍ଷିତ ଗଜରାଜ। ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି ।

e45ହାତୀଟିର ବୟସ ୭ ବର୍ଷ ହେବ। ତା ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ହାତୀ ମୃତ୍ୟୁ କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହାତୀପଲରେ ୫ଟି ହାତୀ ସୁକାସନ ରିଜର୍ଭ ଭିତରେ ଘୁରି ବୁଲଥିଲେ। ରାତିରେ ଫସଲ ଖାଇବାକୁ ଆସି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବଲପୁର ଭୀମଖୋଜ ସେକ୍ସନ ଅଞ୍ଚଳରେ  ୫ ଦିନ ହେଲା ଘୂରି ବୁଲୁଛି ଅସୁସ୍ଥ ହାତୀ :

e456ଅସୁସ୍ଥ ଗଜରାଜ। ସେପଟେ ସମ୍ବଲପୁର ଯୁଯୁମୁରା ବ୍ଲକ ଭୀମଖୋଜ ସେକ୍ସନ ଅଞ୍ଚଳରେ ୫ ଦିନ ହେଲା ଘୂରି ବୁଲୁଛି ଅସୁସ୍ଥ ହାତୀ। ତାର ପଛଗୋଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ହେଲା ଯୁଯୁମୁରା ଅଞ୍ଚଳରେ ୨୫ଟି ହାତୀ ଘୁରି ବୁଲୁଥିଲେ। ତେବେ ଏହି ହାତୀଟି ପଲରୁ ଅଲଗା ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେ ଛୋଟେ ଛୋଟେଇ ଚାଲୁଥିବା ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ। ହାତୀଟି ରାଜପଥ ଉପରକୁ ଚାଲି ଆସିଥିବାବେଳେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.