କଙ୍ଗନା ରାଣାଓ୍ଵତଙ୍କ ଶୋ’ ଲକ୍‌ ଅପ୍‌ର ବିଜେତା ହେଲେ ମୁନବ୍ଦର ଫାରୁକୀ, ୨୦ ଲକ୍ଷ ଟଙ୍କା ସହ ମିଳିଲା ଏସବୁ ଉପହାର

କଙ୍ଗନା ରାଣାଓ୍ଵତ୍‌ଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ର ପ୍ରଥମ ସିଜନ୍‌ର ବିଜେତା ହୋଇଛନ୍ତି ମୁନବ୍ଦର ଫାରୁକୀ। ଶୋ’ ଆରମ୍ଭ ହେବା ଦିନ ଠାରୁ ହିଁ ମୁନବ୍ଦର ଫାରୁକୀ ଜଣେ ଦମ୍‌ଦାର ପ୍ରତିଯୋଗୀ ଥିଲେ। ଜନତାଙ୍କ ଠାରୁ ତାଙ୍କୁ ସର୍ବାଧିକ ଭୋଟ୍‌ ମିଳିଛି। ଫଳରେ ସେ ବିଜୟୀ ମୁକୁଟ ପିନ୍ଧିଛନ୍ତି। ଲକ୍‌ ଅପ୍‌ ଶୋ’ର ବିଜେତା ମୁନବ୍ଦର ଫାରୁକୀଙ୍କୁ ପୁରସ୍କାର ସ୍ୱରୂପ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ତାଙ୍କୁ ଏକ ଲଗ୍‌ଜ୍ୟୁରୀ କାର ବି ପ୍ରଦାନ କରାଯାଇଛି। ଶେଷରେ ଜିତାଇଥିବାରୁ ମୁନବ୍ଦର ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶୋ’ରେ ବିଜୟୀ ହେବା ପରେ ମୁନବ୍ଦର ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ ଦୁଇ ରାତି ଶୋଇ ନାହାନ୍ତି। ଗ୍ରାଣ୍ଡ୍‌ ଫିନାଲେ ପୂର୍ବରୁ ସେ ବହୁତ ନର୍ଭସ ଥିଲେ। କିନ୍ତୁ ଏବେ ବିଜେତା ଘୋଷଣା ହେବା ପରେ ସେ ବହୁତ ଖୁସି ଅଛନ୍ତି। ସେ କେବେ ବି ଚିନ୍ତା କରି ନଥିଲେ ଏତେ ବଡ଼ ଶୋ’ର ପ୍ରଥମ ବିଜେତା ହେବେ। ଏହି ବିଜୟ ପାଇଁ ସେ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗକୁ ବି ଫ୍ୟାନ୍‌ମାନେ ଏମିତି ଭଲ ପାଇବା ଜାରି ରଖିଥାନ୍ତୁ ବୋଲି କହିଛନ୍ତି ମୁନବ୍ଦର ଫାରୁକୀ।

 

View this post on Instagram

 

A post shared by MX Player (@mxplayer)

ଗ୍ରାଣ୍ଡ୍‌ ଫିନାଲେ ବେଳେ ମୁନବ୍ଦର ଫାରୁକୀ ଟପ୍‌ ୨ ଫାଇନାଲିଷ୍ଟରେ ଥିଲେ। କଙ୍ଗନା କହିଥିଲେ, ତାଙ୍କୁ ୧୮ ଲକ୍ଷରୁ ଅଧିକ ଭୋଟ୍‌ ମିଳିଛି। ଏହା ପରେ ଏହି ତାଲିକାରେ ଅଞ୍ଜଳି ଆରୋରା ଓ ପାୟଲ ରୋହତଗୀ ସାମିଲ ହୋଇଥିଲେ। କିନ୍ତୁ ଫିନାଲେ ବେଳେ ଜେଲର କରନ୍‌ କୁନ୍ଦ୍ରା ଆଜମା ଫଲ୍ଲାହ ଓ ଶିବମ୍‌ ଶର୍ମାଙ୍କୁ ଟପ୍‌ ୬ ଫାଇନାଲିଷ୍ଟରୁ ବାହାର କରିଦେଇଥିଲେ। ଉଭୟେ ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଫିନାଲେରେ ପହଞ୍ଚିବାପରେ ପରେ ସେମାନେ ବାହାରି ଯାଇଥିଲେ।

ଲକ୍‌ ଅପ୍‌ ଶୋ’ରେ ଅନେକ ସେଲିବ୍ରିଟି ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। କିନ୍ତୁ ଗ୍ରାଣ୍ଡ୍‌ ଫିନାଲେ ଭିତରେ ହିଁ ସମସ୍ତେ ବାହାର ହୋଇଯାଇଥିଲେ। ଶିବମ୍‌ ଶର୍ମା, ପାୟଲ ରୋହତଗୀ, ଆଜମା ଫଲ୍ଲାହ, ମୁନବ୍ଦର ଫାରୁକୀ, ଅଞ୍ଜଳି ଆରୋରା ଓ ପ୍ରିନ୍ସ ନରୁଲା ଶୋ’ର ଫାଇନାଲିଷ୍ଟ ହୋଇଥିଲେ। ପ୍ରକାଶ ଯେ ଲକ୍‌ ଅପ୍‌ ଶୋ’ ଫେବ୍ରୁଆରୀ ୨୭ରୁ ଆରମ୍ଭ ହୋଇଥିଲା। ଏହି ଶୋ’ ପୂରା ୧୦ ସପ୍ତାହ ଯାଏଁ ଚାଲିଥିଲା।

କଙ୍ଗନା ରାଣାଓ୍ଵତ୍‌ ଆରମ୍ଭରୁ ହିଁ ଏହି ଶୋ’ କୁ ହୋଷ୍ଟ କରୁଛନ୍ତି। ଲକ୍‌ ଅପ୍‌ ଶୋ’ରେ କେତେ ଭ୍ୟୁ ହୁଏ, ସେ ସବୁବେଳେ ଏ ନେଇ କହିଥାନ୍ତି। ଗ୍ରାଣ୍ଡ୍‌ ଫିନାଲେ ଏପିସୋଡ୍‌ ବେଳେ କଙ୍ଗନା କହିଥିଲେ ଯେ ଲକ୍‌ ଅପ୍‌କୁ ୫୦୦ ମିଲିୟନ୍‌ ଭ୍ୟୁଜ୍‌ ମିଳିଛି।

Also Read: ଏ ସପ୍ତାହର ରାଶିଫଳ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.