ବହୁଚର୍ଚ୍ଚିତ ପ୍ରମୋଦିନି ରାଉଳଙ୍କୁ ଏସିଡ୍‌ ମାଡ଼ ଘଟଣା: ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ବହୁଚର୍ଚ୍ଚିତ ପ୍ରମୋଦିନି ରାଉଳଙ୍କୁ ଏସିଡ୍‌ ମାଡ଼ ଘଟଣାର ଆଜି ଜଗତସିଂହପୁର କୋର୍ଟ ରେ ରାୟ ପ୍ରକାଶ ପାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂହ ରାୟ ଙ୍କୁ ମାନ୍ୟବର କୋର୍ଟ ୧୪ ବର୍ଷର ଶଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ର ଜୋରିମାନା ରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁଯାୟୀ ଗତ ୨୦୦୯ ମସିହା ଅପ୍ରେଲ ୧୮ ତାରିଖରେ ଜଣେ ପାରା ମିଲିଟାରୀ କର୍ମଚାରୀ ସନ୍ତୋଷ କୁମାର ବେଦାନ୍ତ ଏକତରଫା ପ୍ରେମରେ ବିଫଳ ହୋଇ ପ୍ରମୋଦିନିଙ୍କ ଉପରେ ଏସିଡ୍‌ ମାଡ଼ କରିଥିଲା। ଏହି ମାମଲାକୁ ୨୦୧୨ ମସିହାରେ ପୋଲିସ ତରଫରୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ତତ୍କାଳୀନ ଏସପି ଜୟ ନାରାୟଣ ପଙ୍କଜ ଏହି କେସ କୁ ରି-ଓପନ କରିଥିଲେ। ଯାହାର ଆଜି ଜଗତସିଂହପୁର ମହିଳା କୋର୍ଟ ଙ୍କ ତରଫରୁ ରାୟ ପ୍ରକାଶ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.