କେନ୍ୟୁଜ୍(ବ୍ୟୁରୋ): ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ଗଞ୍ଜାମ ସୋନାପୁର ନିକଟସ୍ଥ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏୟାରଲିଫ୍ଟ ପାଇଁ ଭୁବନେଶ୍ୱରରୁ ଯାଇଥିଲା କୋଷ୍ଟଗାର୍ଡ ହେଲିକପ୍ଟର ।
ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମୁଦ୍ରରେ ଫସି ଯାଇଥିଲେ ରଙ୍ଗେଇଲୁଣ୍ଡା ବ୍ଳକ ମାର୍କଣ୍ଡି ଅଞ୍ଚଳର ମତ୍ସ୍ୟଜୀବୀ । ଖବର ପାଇବା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ଏହାପରେ ତତ୍କ୍ଷଣାତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ।
ଏପଟେ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଘଟଣାରେ ଟ୍ଵିଟ୍ କରି ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମନ୍ନୟ ରକ୍ଷା କରି ଏୟାରଲିଫ୍ଟ କରିଥିବାରୁ ଭାରତୀୟ କୋଷ୍ଟ ଗାର୍ଡ, ଏସଆରସି, ଅଗ୍ନିଶମ ବିଭାଗ ଡିଜି, ଓସଡମା ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଠିକ ସମୟରେ ପଦକ୍ଷେପ ନିଆଯାଇଥିବାରୁ ୧୧ ଜଣଙ୍କ ଜୀବନ ବଞ୍ଚିଥିବା ନବୀନ କହିଛନ୍ତି ।