ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍ରେ ଆରମ୍ଭ ହୋଇଛି ଅସଲ ଲଢ଼େଇ, କ୍ୱାର୍ଟର ଫାଇନାଲ୍ ରାଉଣ୍ଡ । ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେମି ଫାଇନାଲ୍ ଟିକେଟ ପାଇଁ ଶକ୍ତିଶାଳି ନେଦରଲ୍ୟାଣ୍ଡସ୍ ସହ ମୁହାଁମୁହିଁ ହେବ ।
ଟକ୍କର ଜୋରଦାର ହେବ ନିହାତି । ପୁରୁଣା ରେକର୍ଡ ଅନୁସାରେ, ନେଦରଲ୍ୟାଣ୍ଡର ପଲ୍ଲା ଭାରି ରହିଛି । ତେବେ ଗତ କିଛି ବର୍ଷ ହେବ ଭାରତ ଆଟାକିଂ ଖେଳୁଛି । ଏବେ ହୋମଗ୍ରାଉଣ୍ଡରେ ବିଶ୍ୱକପ୍ ଲଢ଼େଇ ଥିବାରୁ ଦର୍ଶକଙ୍କ ସମର୍ଥନ ସହ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।