ଉତ୍ତର କୋରିଆ: ଉତ୍ତର କୋରିଆରେ ପ୍ରଥମ କରୋନା ମୃତ୍ୟୁ। ଦେଶରେ ବ୍ୟାପୁଛି ଅଜଣା ଜ୍ୱର। ଜ୍ୱରରେ ୬ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡିଛି । ଏବେ ଦେଶରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଜ୍ୱରରେ ପୀଡିତ ଅଛନ୍ତି । ଯାହା ଧିରେ ଧିରେ ଦେଶ ସାରା ବ୍ୟାପିବାରେ ଲାଗିଛି।
ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘୋଷଣା କରିଥିଲା ଉତ୍ତର କୋରିଆ। ଏହାପରେ ଦେଶରେ ଏମରଜେନ୍ସି ଜାରି କରିଥିଲେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ। କୋଭିଡ ସଂକ୍ରମଣ କିଭଳି ନ ବ୍ୟାପିବ ସେଥିପାଇଁ ବାୟୁ, ଜଳ ପଥ ବନ୍ଦ କରିଛନ୍ତି କିମ ଜୋଙ୍ଗ । ଦେଶର କୌଣସି ବ୍ୟକ୍ତଙ୍କୁ ଭ୍ୟାକ୍ସିନ ଦିଆଯାଇନି। ପୂର୍ବରୁ ଡବ୍ଲୁଏଚଓ, ଚୀନ୍ ଓ ରୁଷ ଟିକାକରଣ ପାଇଁ ଅଫର ଦେଇଥିଲେ ମଧ୍ୟ ଉତ୍ତର କୋରିଆ ଅଫରକୁ ଅଗ୍ରାହ୍ୟ କରିଥିଲା।