Below header

ବୁଡ଼ିଗଲେ ସୂର୍ଯ୍ୟ! ଏବେ ୬ ମାସ ଅନ୍ଧାରରେ ରହିବ ଆଣ୍ଟାର୍କଟିକା

ଆଣ୍ଟାର୍କଟିକାରେ ୟୁରୋପର କନ୍‌କୋର୍ଡିଆ ରିସର୍ଚ ଷ୍ଟେସନରେ ୧୨ ବୈଜ୍ଞାନିକ, ଏକ୍ସପ୍ଲୋରର ଏବଂ ଷ୍ଟାଫ୍‌ ଏବେଠୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିପାରିବେ ନାହିଁ। କାହିଁକି ନା, ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇଯାଇଛି। ଆଗାମୀ ୬ ମାସ କାଳ କେବଳ ରାତି ହିଁ ରହିବ। ବିଶ୍ୱର ସବୁ ସ୍ଥାନରେ ସୂର୍ଯ୍ୟୋଦୟ ହେବ, କିନ୍ତୁ ଏହି ଜାଗା କେବଳ ଅନ୍ଧକାରରେ ହିଁ ରହିବ। ଯେଉଁ ମାସରେ ଆପଣ ଅତିଶୟ ଗରମ ଅନୁଭବ କରୁଛନ୍ତି, ସେଠି ଆଣ୍ଟାର୍କଟିକାରେ ଶୀତ ଆରମ୍ଭ ହେବାକୁ ଯାଉଛି।

୧୨ ମେ’ ୨୦୨୨ରେ ଆଣ୍ଟାର୍କଟିକାରେ ଚଳିତ ବର୍ଷର ଶେଷ ସୂର୍ଯ୍ୟାସ୍ତ ଦେଖି ଯାଇଥିଲା। ବର୍ତ୍ତମାନ ରାତି ଆସିଲେ କନ୍‌କୋର୍ଡିଆ ରିସର୍ଚ ଷ୍ଟେସନ ଆଖାପାଖର ତାପମାତ୍ରା ମାଇନସ୍‌ ୮୦ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଚାଲି ଯାଉଛି। ତେବେ ଏହି ୬ ମାସ କାଳ ବର୍ତ୍ତମାନ ଆଣ୍ଟାର୍କଟିକାରୁ କେହି ନା ବାହାରକୁ ଯାଇପାରିବେ, ନା କିଏ ବାହାରୁ ଆସିପାରିବେ। ଏପରି କି, ଆଣ୍ଟାର୍କଟିକା ପାଇଁ କୌଣସି ଉଡ଼ାଣ ମଧ୍ୟ ଉଡ଼ିବ ନାହିଁ। ଅର୍ଥାତ୍‌ କୌଣସି ଖାଦ୍ୟପେୟ ସାମଗ୍ରୀ ସେଠାକୁ ଯିବନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ବି ସାମଗ୍ରୀ ସେଠାକୁ ଯାଇଛି, ତାହା ସାହାରାରେ ୧୨ ଜଣ ଲୋକ ଜୀବନ ବିତାଇବେ। ଶୀତ ବଢ଼ିଗଲେ ଏଠାକାର ଉଚ୍ଚତା ଏବଂ ଥଣ୍ଡା ଯୋଗୁ ଲୋକଙ୍କଠାରେ ଅକ୍ସିଜେନର ଅଭାବ ଦେଖା ଦେଇଥାଏ। ଏହାକୁ ‘କ୍ରୋନିକ୍‌ ହାଇପୋବେରିକ୍‌ ହାଇପୋକ୍ସିୟା’ କୁହାଯାଏ।

earth
photo: aajtak

ଆଣ୍ଟାର୍କଟିକାରେ କେବଳ ଦୁଇଟି ମାସ- ଗରମ ଏବଂ ଶୀତ

ESAର ମେଡିକାଲ ଡାକ୍ତର, ଯିଏ ରିସର୍ଚ ଷ୍ଟେସନରେ ସମସ୍ତଙ୍କ ଦେଖାଶୁଣା ପାଇଁ ରହିଛନ୍ତି। ସେମାନଙ୍କ କହିବା ଅନୁସାରେ, ପ୍ରକୃତ ମିଶନ ଏବେ ଆରମ୍ଭ ହେଲା। ଆଗାମୀ ୫ରୁ ୬ ମାସ ବିଶ୍ୱଠୁ ଅଲଗା ରହିବାକୁ ପଡ଼ିବ। ଆପଣଙ୍କୁ ରିସର୍ଚ ନାମରେ ପୂରା ଦୁନିଆଠାରୁ ଅଲଗା ହେବାକୁ ହେବ। ଏମିତି ଲାଗୁଛି, ଯେପରି ଆପଣ କୌଣସି ଅନ୍ୟ ଗ୍ରହକୁ ଚାଲି ଯାଇଛନ୍ତି। ତେବେ ଯେଉଁଠି ପୂରା ଦୁନିଆ ୪ ଅଲଗା ଅଲଗା ଋତୁର ମଜା ନେଇଥାଏ, ସେଠି ଆଣ୍ଟାର୍କଟିକାରେ କେବଳ ଦୁଇଟି ଋତୁ ହିଁ ଅନୁଭୂତ ହୋଇଥାଏ। ଗୋଟିଏ ଗ୍ରୀଷ୍ମ ଏବଂ ଅନ୍ୟଟି ଶୀତ। ଏଠାରେ ୬ ମାସ ଅନ୍ଧାର ରହିଥାଏ ଏବଂ ଆଉ ୬ ମାସ ଶୀତ।

ଗ୍ରୀଷ୍ମ ଦିନେ ସୂର୍ଯ୍ୟଙ୍କ ଆଲୋକ ରହୁଥିବା ବେଳେ ଶୀତ ଦିନେ ଅନ୍ଧାର ଦେଖାଯାଇଥାଏ। ଯେଉଁଠି ପୃଥିବୀର ବଡ଼ ଭାଗ ସିଧାସଳଖ ସୂର୍ଯ୍ୟଙ୍କ ଆଲୋକ ସଂସ୍ପର୍ଶରେ ଆସିଥାଏ, ସେଠି ଆଣ୍ଟାର୍କଟିକା ଏଥିରୁ ବଞ୍ଚିତ ରୁହେ। ଏହା ଭାଗ୍ୟରେ କେବଳ ୬ ମାସ ହିଁ ସୂର୍ଯ୍ୟଙ୍କ କିରଣ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.