ସୁଟିଂ ସେଟରେ ଲହୁଲୁହାଣ ହେଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଅପକମିଂ ୱେବସିରିଜ citadel ର ସୁଟିଂକୁ ନେଇ ବ୍ୟସ୍ତ ରହିଛନ୍ତି। ଠିକ୍ ଏହିସମୟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଅପଡେଟ୍ ଦେଇଛନ୍ତି। କିଛିଦିନ ତଳେ ପ୍ରିୟଙ୍କା ସେଟରୁ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଏକ ଲାଲ ରଙ୍ଗର ଡ୍ରେସ ପିନ୍ଧିଥିବା ନଜର ଆସିଥିଲେ। ଏବେ ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ଫ୍ୟାନ୍ସ ଦେଖି ଡରି ଯାଇଛନ୍ତି। ଫଟୋରେ ସତ୍ୟତା କ’ଣ ରହିଛି, ତାହା ପରେ ଜଣାପଡିବ।
ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ସେଲଫି ଫଟୋ ସେୟାର କରିଛନ୍ତି। ଏହି ସେଲଫି ଫଟୋରେ ପ୍ରିୟଙ୍କା ଥକ୍କି ପଡିଥିବା ନଜର ଆସିଛନ୍ତି। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତ ଦାଗ ଦେଖିବାକୁ ମିଳିଛି। ସତେ ଯେପରି ତାଙ୍କ ମୁହଁକୁ କିଏ ମାଡ ମାରି ଫଟାଇଦେଇଛି। କିନ୍ତୁ ଫଟୋକୁ ଅତି ଗଭୀରତାର ସହିତ ଦେଖିଲେ ଜଣାପଡୁଛି ଏହା ମେକ୍ଅପ୍ ଦ୍ୱାରା କରାଯାଇଛି। ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, କ’ଣ ଆପଣଙ୍କ କାମରେ ମଧ୍ୟ ଏତେ କଷ୍ଟ ସହିବାକୁ ପଡୁଛି ? #actorslife #citadel #adayinthelife.
View this post on Instagram
ନିକଟରେ ପ୍ରିୟଙ୍କାଙ୍କ ଝିଅ ଜନ୍ମ ହୋଇଥିଲା। ପ୍ରିମ୍ୟାଚୋର ପିଲା ହେବାରୁ ଶିଶୁକୁ NICU ରେ ରଖାଯାଇଥିଲା। ପ୍ରାୟ ୧୦୦ ଦିନ ରଖିବା ପରେ ଘରକୁ ଆଣିବା ପରେ ପ୍ରଥମ ଫଟୋକୁ ପ୍ରିୟଙ୍କା ସେୟାର କରିଥିଲେ। ଫଟୋ ପ୍ରିୟଙ୍କା ସେୟାର କରିଥିଲେ ସତ କିନ୍ତୁ ପିଲାର ଚେହେରା ଦେଖାଇନଥିଲେ।
View this post on Instagram