ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜ଼ିଲ୍ଲା ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାର ନରଣପୁର ବ୍ରିଜ ତଳୁ ଏକ ଯୁବକଙ୍କ ଶବ ଉଦ୍ଧାର କରିଛି ସଦର ଥାନା ପୋଲିସ୍। ମୃତକ ହେଲେ ସଦର ଥାନା ବଉଳ ଝୋଳି ଗାଁର ଦିଲ୍ଲୀପ ମଳିକ। ଦିଲୀପ ଶ୍ୱଶୁର ଘର ଦିଗପହଣ୍ଡି ଥାନା ସିଧେଶ୍ୱର ଗାଁକୁ ଆସିଥିଲେ । ଗତକାଲି ରାତିରେ ଶ୍ୱଶୁର ଘରୁ ବାହାରିଥିଲେ । ତେବେ ବ୍ରିଜ ତଳୁ ସକାଳେ ତାଙ୍କ ଶବକୁ ଉଦ୍ଧାର କରାଯାଇଛି।
ବ୍ରିଜ ତଳେ ଏକ ଶବ ପଡ଼ିଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବାବେଳେ , କିପରି ମୃତ୍ୟୁ ଘଟିଲା କାରଣ ଅସ୍ପଷ୍ଟ ରହିଛି।