ଅଜଣା ଗାଡି ସହ ଧକ୍କା ହେଲା ଅଟୋ, ଡ୍ରାଇଭର୍ ମୃତ

ଯାଜପୁର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଏକ ଅଜଣା ଗାଡି ଧକା ଦେଇଥିଲା। ଯାହା ଫଳରେ ଅଟୋ ଡ୍ରାଇଭର ଗାଡିରେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗାଡିକୁ କଟର ସାହାଯ୍ୟରେ କାଟି ମୃତ ଦେହକୁ ବାହାର କରିଥିଲେ। ମୃତକ ଜଣକ କୁଆଖିଆ ଥାନା ସିଙ୍ଗାପୁର ଅଂଚଳର କାଳିଆ ବେହେରା ବୋଲି ଜଣାପଡିଛି। ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠା ଯାଇଥିବା ବେଳେ ବଡ଼ଚଣା ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.