ଟିଭି ପରଦାକୁ ଫେରୁଛନ୍ତି ଉର୍ମିଳା ଏବଂ ଭାଗ୍ୟଶ୍ରୀ, ରେମୋଙ୍କ ସହିତ ଆସିବେ ନଜର

୯୦ ଦଶକରେ ନିଜର ଜଲଓ୍ଵା ଦେଖାଇଥିବା ଅଭିନେତ୍ରୀ ଉର୍ମିଳା ଏବଂ ଭାଗ୍ୟଶ୍ରୀ ପୁଣିଥରେ ପରଦାକୁ ଫେରୁଛନ୍ତି। ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍‌୩’ରେ ଦୁହେଁ ଜଜ ଭାବେ ନଜର ଆସିବେ। ରେମୋଙ୍କ ସହିତ ପୁଣିଥରେ ଏହି ଦୁଇ ଅଭିନେତ୍ରୀଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ଜଜ୍‌ ଭାବେ ଭାଗ୍ୟଶ୍ରୀ ଡେବ୍ୟୁ କରୁଛନ୍ତି। ନିକଟରେ ଭାଗ୍ୟଶ୍ରୀ ସ୍ୱାମୀ ହିମାଳୟ ଦସାନୀଙ୍କ ସହିତ ରିଆଲିଟି ଶୋ ‘ସ୍ମାର୍ଟ ଯୋଡି’ରେ ନଜର ଆସିଥିଲେ। ସେହିପରି ଉର୍ମିଳା ମଧ୍ୟ ୧୦ ବର୍ଷ ପରେ ଟିଭି ପରଦାକୁ ଫେରୁଛନ୍ତି।

ରଙ୍ଗିଲା, ଜୁଦାଇ, ସତ୍ୟା ଭଳି ଫିଲ୍ମରେ ନିଜର ଭିନ୍ନ ଅନ୍ଦାଜ ଏବଂ ଅଭିନୟ କରି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିଲେ ଉର୍ମିଳା। ଉର୍ମିଳା ପାଖାପାଖି ୧୦ ବର୍ଷ ପରେ ଡ୍ୟାସ ରିଆଲିଟି ଶୋକୁ ଜଜ ଭାବେ ଫେରୁଛନ୍ତି। ଏହି ଶୋ ଜୁଲାଇରୁ ଟେଲିକାଷ୍ଟ ହେବ ବୋଲି ଖବର ରହିଛି। ଏହି ଶୋରେ ଗତ ସିଜିନରେ ଗୋବିନ୍ଦା, ଗୀତା ଏବଂ ଟେରେନ୍ସ ଜଜ୍‌ କରୁଥିଲେ। ଭାଗ୍ୟଶ୍ରୀ ନିଜେ ଇନଷ୍ଟା ଷ୍ଟୋରୀରେ ଏହି ଶୋର ଫଟୋ ସେୟାର କରିଛନ୍ତି।

did
Photo credit: News 18

ଉର୍ମିଳା ୧୦ ବର୍ଷ ପୂର୍ବେ ମରାଠୀ ଡ୍ୟାନ୍ସ ରିଆଲିଟି ଶୋରେ ଜଜ୍‌ କରୁଥିଲେ। ଏକ ଇଣ୍ଟରଭ୍ୟୁରେ ଉର୍ମିଳା କହିଛନ୍ତି, ସେ ସ୍କ୍ରିନକୁ କମ୍‌ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। େଓ୍ଵବ ଶୋର ସୁଟିଂ ଆରମ୍ଭ କରିଥାନ୍ତେ, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ହୋଇପାରିନଥିଲା।

ସୂଚନାଯୋଗ୍ୟ, ଉର୍ମିଳା ମାତୋଣ୍ଡକର ନିଜ କ୍ୟାରିଅର ଫିଲ୍ମ ‘ମାସୁମ’ରୁ ଶିଶୁ କଳାକାର ଭାବେ କରିଥିଲେ। ଭାଗ୍ୟଶ୍ରୀ ‘ମେନେ ପ୍ୟାର କିୟା’ରୁ ଆରମ୍ଭ କରିଥିବା ଅଭିନେତ୍ରୀ ଡ୍ୟାନ୍ସ ଶୋକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି। ଖବର ମୁତାବକ, ଜୟ ଭାନୁଶାଳୀ ଏହି ଶୋର ହୋଷ୍ଟିଂ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.