ଆଜି ବିଶ୍ୱକପ୍‌ ହକି ଫାଇନାଲ୍‌ : ମୁହାଁମୁହିଁ ହେବେ ବେଲଜିୟମ-ନେଦରଲାଣ୍ଡସ୍‌

ଆଜି ହକି ବିଶ୍ୱକପ୍ର ଗ୍ରାଣ୍ଡ ଫିନାଲେ । ମୁହାଁମୁହିଁ ହେବେ ବେଲଜିୟମ-ନେଦରଲ୍ୟାଣ୍ଡସ୍ । ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ୍ । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚୋମାଞ୍ଚକର ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ବାଜି ମାରିଛି ନେଦରଲ୍ୟାଣ୍ଡସ୍ । ସଡନ୍ ଡେଥରେ କଙ୍ଗାରୁ ଦଳକୁ ପରାସ୍ତ କରି ଫାଇନାଲରେ ଜାଗା ପକ୍କା କରିଛି । ଉଭୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ବିରୋଧରେ ଦୁଇଟି ଗୋଲ ଦେଇଥିଲା ନେଦରଲ୍ୟାଣ୍ଡସ୍, ପରେ ଅଷ୍ଟ୍ରେଲିଆ ଗୋଲ ଦେଇ ଦେଇଥିଲା । ତେବେ ଚମତ୍କାର ଖେଳ ପ୍ରଦର୍ଶନ କରି କଙ୍ଗାରୁ ଦଳ ଖେଳର ଶେଷ ମିନିଟରେ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲା । ଫଳରେ ପେନାଲଟି ସୁଟରେ ୪-୩ରେ ବାଜିୟୀ ହୋଇ ୨୦୧୪ ବିଶ୍ୱକପ ଫାଇନାଲର ବଦଲା ଦେଇଛି ନେଦରଲ୍ୟାଣ୍ଡ । ବିଶ୍ୱକପରେ ନେଦରଲ୍ୟାଣ୍ଡସ୍ ୩ ଥର ଚାମ୍ପିଅନ ହୋଇଛି ।

ହକି ବିଶ୍ୱକପ୍ ୨୦୧୮

ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍ ମୁକାବିଲା ଜାରି

୩ ଥର ବିଶ୍ୱକପ ଜିତିଛନ୍ତି ଉଭୟ ଦଳ

ଦମଦାର ଫର୍ମରେ ଅଛି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ

ଭାରତକୁ ହରାଇ ସେମିରେ ଲଢୁଛି ନେଦରଲ୍ୟାଣ୍ଡସ୍

୨୦୧୪ ଫାଇନାଲରେ ନେଦରଲ୍ୟାଣ୍ଡସ୍କୁ ହରାଇଥିଲା କଙ୍ଗାରୁ ଦଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.