UPPSC: ମାଇନ୍ସ ଇନ୍ସପେକ୍ଟର ପଦରେ ଚାକିରି ପାଇଁ ଜୁଲାଇ ୪ ସୁଦ୍ଧା କରନ୍ତୁ ଆବେଦନ; ଜାଣନ୍ତୁ ଯୋଗ୍ୟତା ଓ ଦରମା

ଉତ୍ତର ପ୍ରଦେଶ ପବ୍ଲିକ୍‌ ସର୍ଭିସ୍‌ କମିଶନ (UPPSC) ମାଇନ୍ସ ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ଆବେଦନ ଆହ୍ଵାନ କରିଛି। ଯୋଗ୍ୟ ପ୍ରାର୍ଥୀ UPPSC Mines Inspector Recruitment 2022 ପାଇଁ ଆୟୋଗର ଅଫିସିଆଲ େଓ୍ଵବ୍‌ସାଇଟ uppsc.up.nic.inରେ ଜୁଲାଇ ୪ ସୁଦ୍ଧା ଅଥବା ଏହା ପୂର୍ବରୁ ଅନଲାଇନ ଆବେଦନ କରି ପାରିବେ। ଏହି ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜୁନ୍‌ ୪ରୁ ଆରମ୍ଭ ହୋଇଯାଇଛି।

ଏହି ଆଧାରରେ ହେବ ଚୟନ

ବିଜ୍ଞପ୍ତି ଅନୁସାରେ, ମାଇନ୍ସ ଇନ୍ସପେକ୍ଟରର ମୋଟ ୫୫ଟି ପଦରେ ନିଯୁକ୍ତି କରାଯିବ। ଏହି ପଦଗୁଡ଼ିକରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଚୟନ ପ୍ରିଲିମିନାରୀ ଏବଂ ମେନ୍‌ ପରୀକ୍ଷା ଆଧାରରେ ହେବ। ପ୍ରିଲିମିନାରୀ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଜେନେରାଲ ଷ୍ଟଡି, ଜେନେରାଲ ହିନ୍ଦୀ ଏବଂ ମାଇନିଂ ଇଞ୍ଜିନିୟରିଂ ବିଷୟରେ ମୋଟ ୨୦୦ ମାର୍କର ୧୦୦ଟି ପ୍ରଶ୍ନ ପଚରାଯିବ। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କୁ ୨ ଘଣ୍ଟା ସମୟ ମିଳିବ।

ଯୋଗ୍ୟତା

ମାଇନ୍ସ ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପାଖରେ ଅଲ୍‌ ଇଣ୍ଡିଆ କାଉନସିଲ ଫର୍‌ ଟେକ୍ନିକାଲ ଏଜୁକେସନ (AICTE) ଦ୍ୱାରା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ମାଇନିଂ ଇଞ୍ଜିନିୟରିଂରେ ୩ ବର୍ଷର ଡିପ୍ଲୋମା ସାର୍ଟିଫିକେଟ୍‌ ରହିଥିବା ଦରକାର। ଏହା ବ୍ୟତୀତ ପ୍ରାର୍ଥୀଙ୍କ ବୟସ ୨୧ରୁ ୪୦ ବର୍ଷ ଭିତରେ ହୋଇଥିବା ଦରକାର।

ବେତନ

ଏହି ପଦ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ବେତନ ମ୍ୟାଟ୍ରିକ୍ସ ସ୍ତର ୭ ଅଧୀନରେ ସ୍ଥିର କରାଯିବ। ପ୍ରାର୍ଥୀମାନଙ୍କୁ ମାସିକ ୪୪,୯୦୦ ଟଙ୍କାରୁ ଆରମ୍ଭ କରି ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.