ଆଜି ରିଲିଜ ହେଲା ସଞ୍ଜୟ ଦତ୍ତଙ୍କ ଅଭିନୀତ “ଶମଶେରା”ର ଟ୍ରେଲର

ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ “ଶମଶେରା”ର ଟ୍ରେଲର ଶୁକ୍ରବାର ସକାଳେ ତିନି ସହରରେ ରିଲିଜ ହୋଇଛି  । ଆଉ ଖାସ କଥାକି ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ ଓ ତେଲୁଗୁ ଭାଷାରେ ବି ରିଲିଜ ହେବାନେଇ ଜଣାଯାଇଛି  । କନ୍ନଡ଼ ଫିଲ୍ମ “କେଜିଏଫ 2″ରେ ଅଧିରାରେ ନିଜ ଅଭିନୟରେ ଦର୍ଶକ ମାନଙ୍କୁ ଚମକେଇ ଦେଇଥିବା ଅଭିନେତା ସଞ୍ଜୟ ନିଜ ଏହି ଫିଲ୍ମରେ ଇଁରାଜୀ ଜେନେରାଲ ଶୁଦ୍ଧ ସିଂହ ଭୂମିକାରେ ନଜର ଆସିବେ । ଆଉ ଫିଲ୍ମର ଟିଜରର ଆରମ୍ଭ ତାଙ୍କ ଅଭିନୟରୁ ହିଁ ହୋଇଛି  । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି  । ସଞ୍ଜୟ କହିଛନ୍ତିକି, ” ପରଦା ଉପରେ କୌଣସି ଖଳନାୟକଙ୍କ ଭୂମିକା ନିଭେଇବା ଏକ ନୂଆ ରୋମାଞ୍ଚ ସୃଷ୍ଟି କରିଥାଏ  । କାରଣ ଖଳନାୟକଙ୍କ ଭୂମିକାକୁ ସବୁବେଳେ ନୈତିକତାର ଚଷମାରେ ଦେଖାଯାଏ  । ଆଉ ତାଙ୍କ ଚାରିପାଖରେ ପାଚେରୀ ବି ଘେରା ଯାଇଥାଏ  ।”

ସଞ୍ଜୟ ଏହା ମଧ୍ୟ କହିଛନ୍ତିକି ପରଦାରେ ହଇଚଇ ସୃଷ୍ଟି କରିବା ଏହି ଚରିତ୍ର ମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ  । କାଗଜରେ ଲେଖାଯାଇଥିବା ଚରିତ୍ରକୁ କ୍ୟାମେରା ସାମ୍ନାକୁ ଆଣିବା ଆଉ ତାକୁ ନିଖୁଣ ଭାବରେ ଫୁଟେଇବା କଳାକାରଙ୍କର ମୁଖ୍ୟ କାମ ହୋଇଥାଏ  । ଏଥିନେଇ ମୁଁ ନିଜକୁ ସୌଭାଗ୍ୟଶାଲୀ ମନେ କରୁଛି  ।

ପୂର୍ବରୁ ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଶମଶେରା’ର ଫାଷ୍ଟ ଲୁକ୍ ସେୟାର କରିଥିଲେ । ଏହା ସହିତ ତାଙ୍କ ଚରିତ୍ର ବାବଦରେ କିଛିଟା ଜଣାଯାଇଥିଲା । ଏହି ସିନେମାରେ ଇନ୍ସପେକ୍ଟର ଶୁଦ୍ଧ ସିଂଙ୍କ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସିଛନ୍ତି । କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ‘ଶମଶେରା’ ଆଦିତ୍ୟ ଚୋପ୍ରା ପ୍ରଡକ୍ସନ୍ କରୁଛନ୍ତି। ଏହା ଏକ ପିରିୟଡ୍ ଡ୍ରାମା ଆକ୍ସନ୍ ଫିଲ୍ମ ହେବ। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। କରୋନା କାରଣରୁ ଏହି ଚଳଚ୍ଚିତ୍ର ରିଲିଜରେ ବିଳମ୍ବ ହୋଇଥିଲା । ଶେଷରେ ‘ଶମଶେରା’ ୨୨ ଜୁଲାଇରେ ରିଲିଜ୍‌ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.