ଗଞ୍ଜାମ : ଅଜଣା ଗାଡ଼ି ଧକ୍କାରେ ଡ୍ରାଇଭର ମୃତ, ଜଣେ ଗୁରୁତର

ଗଞ୍ଜାମ (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଏବଂ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ନିକଟରେ ଘଟିଛି ଏଭଳି ଦୂର୍ଘଟଣା । ମୃତକ ଜଣକ ହେଲେ ଏକ ଡାଲାଅଟୋ ଡ୍ରାଇଭର ରାଜକିଶୋର ଦିଗାଳ । ଏବଂ ଆହତ ଜଣକ ହେଲେ ସେହି ଗାଡ଼ିର ହେଲପର୍ ଜେସନ ଦିଗାଳ । ଉଭୟଙ୍କ ଘର କନ୍ଧମାଳ ଜିଲ୍ଲାରେ ।

ସୂଚନା ଅନୁସାରେ ଉଭୟେ ଖଲିପତ୍ର ବୋଝେଇ କରି ଏକ ଟାଟାଏସି ଗାଡ଼ିରେ କନ୍ଧମାଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଯିବା ରାସ୍ତାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ନିକଟ ରାସ୍ତାକଡ଼ରେ ଗାଡିରଖି ଠିଆ ହୋଇଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ଦ୍ରୁତବେଗରେ ଆସି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲ ରେ ଭର୍ତି କରିଥିବା ବେଳେ ରାଜକିଶୋରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ଆହତ ଜେସନ୍ ଦିଗାଳ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.