ସରକାରଙ୍କ ଏହି ସ୍କିମରେ ଇପିଏଫଓ ସବସ୍କ୍ରାଇବର୍ସଙ୍କୁ ମିଳିବ ୭ ଲକ୍ଷ ଟଙ୍କାର ସହାୟତା ରାଶି, କାହିଁକି ଓ କିପରି ଜାଣନ୍ତୁ
ସରକାରୀ ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖବର ଟି ରହିଛି ଇପିଏଫଓ ସମ୍ବନ୍ଧିତ… ଏମିତିରେ କର୍ମଚାରୀଙ୍କୁ ଏବେ ୭ଲକ୍ଷ ଟଙ୍କାର ଫାଇଦା ମିଳିବାର ଶୁଣିବାକୁ ମିଳିଛି। ଇପିଏଫଓ ତରଫରୁ ଏବେ ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଏହି ସୁବିଧା ବାହାର କରାଯାଇଛି। ଏହା ଅନ୍ତର୍ଗତ ଆପଣଙ୍କୁ ଏବେ ପୁରା ୭ଲକ୍ଷ ଟଙ୍କାର ଫାଇଦା ମିଳିବ। ଯଦି ଆପଣ ଇପିଏଫଓ ସବସ୍କ୍ରାଇବର୍ସ ତେବେ ଆପଣ ଏହାର ଫାଇଦା ଉଠାଇପାରିବେ।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜ ସବସ୍କ୍ରାଇବର୍ସଙ୍କ ପାଇଁ ଏକ ସୂଚନା ଜାରି କରିଛି। ଏମିତିରେ ଏମାନେ ସମସ୍ତଙ୍କୁ ଏବେ ଇ-ନୋମିନେସନ ଭରିବାକୁ କୁହାଯାଇଛି। ଯଦି ଆପଣ ଏମିତି କରୁନାହାନ୍ତି ତେବେ ୭ ଲକ୍ଷ ଟଙ୍କାର କ୍ଷତି ସହିପାରନ୍ତି। ତେବେ ଏପରି ନହେବା ପାଇଁ ଆପଣଙ୍କୁ ଏକ ଫର୍ମ ଭରିବାକୁ ହେବ। ଯାହାପରେ ଆପଣ ଏହାର ଫାଇଦା ନେଇପାରିବେ। ଏବେ ଜାଣନ୍ତୁ କିପରି ପୂରା କରିବେ ଏହି ପ୍ରକ୍ରିୟା..
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜ ସଦସ୍ୟଙ୍କୁ ପିଏଫ ଓ ପେନସନ ବ୍ୟବସ୍ଥା ବ୍ୟତିତ ଜୀବନ ବୀମାର ସୁବିଧା ମଧ୍ୟ ଯୋଗାଇଥାଏ। ଏହା ଅନ୍ତର୍ଗତ କର୍ମଚାରୀଙ୍କୁ ୭ ଲକ୍ଷ ଟଙ୍କାର ଫାଇଦା ମିଳିଥାଏ। ସବୁଠୁ ବଡ଼ କଥା ହେଉଛି ଏହି ସୁବିଧା ଗ୍ରାହକଙ୍କୁ ଫ୍ରି ମାନେ ମାଗଣାରେ ମିଳିଥାଏ। ଏଥିପାଇଁ କୌଣସି ପ୍ରକାରର ଯୋଗଦାନ ଦେବାକୁ ପଡ଼ିବ ନାହିଁ।
ଇପିଏଫଓ ଟ୍ଵିଟ ଜରିଆରେ ଏହି ସୂଚନା ଦେଇଛି। ସମସ୍ତ ଇପିଏଫ ସଦସ୍ୟ ଏମ୍ପଲଇଜ୍ ଡିପୋଜିଟ ଲିଙ୍କଡ୍ ଇନସୁରାନ୍ସ ସ୍କିମ, ୧୯୭୬ ଅନ୍ତର୍ଗତ କଭର ପାଇବାକୁ ଯୋଗ୍ୟ। ଏହି ସ୍କିମ ଦ୍ୱାରା ଇପିଏଫ ଆକାଉଣ୍ଟରେ ୭ ଲ କ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଇନସୁରାନ୍ସ କଭର ମିଳିଥାଏ। ଯଦି ବିନା କୌଣସ ି ନୋମିନେସନରେ କୌଣସି ବି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ ତେବେ କ୍ଲେମ କରିବା କଷ୍ଟ ହୋଇଥାଏ। ତେଣୁ ଆଗୁଆ ସଚେତନ ହୋଇ ଏହି କାମକୁ ସାରି ଦିଅନ୍ତୁ..
ଏବେ ଜାଣନ୍ତୁ କେମିତି କରିବେ ଅନଲାଇନ ରେ ଇ-ନୋମିନେସନ:
-ଆପଣ ଏଥିପାଇଁ ପ୍ରଥମେ ଏହାର ଅଫିସିଆଲ େଓ୍ଵବସାଇଟ https://www.epfindia.gov.in/
କୁ ଯାଆନ୍ତୁ।
-ଏଠାରେ ଦିଆଯାଇଥିବା Services ଅପସନକୁ କ୍ଲିକ କରନ୍ତୁ।
-ଏହାପରେ for employess ରେ କ୍ଲିକ କରନ୍ତୁ।
-ଏବେ ମେମ୍ବର UAN/ଅନଲାଇନ ସର୍ଭିସ ରେ କ୍ଲିକ କରନ୍ତୁ।
-ଏବେ ୟୁଏଏନ୍ ଓ ପାସଓ୍ଵାର୍ଡ ଏଣ୍ଟର କରାଇ ଲଗଇନ କରନ୍ତୁ।
-ଏବେ ମ୍ୟାନେଜ ଟ୍ୟାବରେ ଇ-ନୋମିନେସନ ରେ ସିଲେକ୍ଟ କରନ୍ତୁ।
-ଏହାପରେ ସ୍କ୍ରିନରେ ପ୍ରୋଭାଇଡ ଡିଟେଲ୍ସ ଟ୍ୟାବ ଆସିବ। ଏହାକୁ ସେଭ କରନ୍ତୁ।
-ଫ୍ୟାମିଲି ଡିକ୍ଲାରେସନ ଅପଡେଟ କରିବା ପାଇଁ yes ଉପରେ କ୍ଲିକ କରନ୍ତୁ।
-ଏବେ ଆଡ୍ ଫ୍ୟାମିଲି ଡିଟେଲ୍ସରେ କ୍ଲିକ କରନ୍ତୁ। ଆପଣ ଗୋଟିଏରୁ ଅଧିକ ନୋମିନିଙ୍କୁ ମଧ୍ୟ ଆଡ୍ କରିପାରିବେ।
-କେଉଁ ନୋମିନିଙ୍କ ଆକାଉଣ୍ଟକୁ କେତେ ଆମାଉଣ୍ଟ ଟ୍ରାନ୍ସଫର ହେବ ଏଥିପାଇଁ ନୋମି ନେସନ ଡିଟେଲ୍ସ ରେ କ୍ଲିକ କରନ୍ତୁ। ପରେ ସେଭ କରନ୍ତୁ।
-ଏବେ ଇପିଏଫ ନୋମିନେସନ ଉପରେ କ୍ଲିକ କରନ୍ତୁ।
-ଓଟିପି ଜେନେରେଟ ପାଇଁ ଇ-ସାଇନ ରେ କ୍ଲିକ କରନ୍ତୁ। ଓଟିପି ଆଧାର ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଯିବ ।
– ଏହାକୁ ଏଣ୍ଟର କରାଇ ସବମିଟ୍ ଉପରେ କ୍ଲିକ କରନ୍ତୁ।
ଏବେ ଆପଣ ଭରିଥିବା ଫର୍ମ ଅନୁଯାୟୀ ଜରୁରୀ ସମୟରେ ଲାଇଫ ଇନସୁରାନ୍ସର ରାଶିକୁ ପାଇପାରିବେ।