ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ପୁଣି ୩୦୦ ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୪ ନୂଆ ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ପଜିଟିଭ୍ ରହିଛନ୍ତି। କଟକରୁ ୭୦ ନୂଆ କେସ୍ ରହିଛି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୫୩ ଜଣ।
ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୯୫କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୧ହଜାର ୧୧୭କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୮୦ହଜାର ୨୪୩ଜଣ।