ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ପାସହାର ୯୦.୫୫%

ଭୁବନେଶ୍ୱର(କେନ୍ୟୁଜ୍):ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ପାସ୍‌ ହାର ରହିଛି ୯୦.୫୫ ପ୍ରତିଶତ। ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ଓ ୨ ଲକ୍ଷ ୬୦ ହଜାର ୯୭୦ ଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୯୨.୩୭ ପ୍ରତିଶତ ଓ ଛାତ୍ରଙ୍କ ପାସ୍‌ ହାର ରହିଛି ୮୮.୭୭ ପ୍ରତିଶତ।

MATRIC

A1 ଗ୍ରେଡରେ ପାସ୍‌ କରିଛନ୍ତି ୮ହଜାର ୧୧୯ ଛାତ୍ରଛାତ୍ରୀ। A2 ଗ୍ରେଡରେ ପାସ୍‌ କରିଛନ୍ତି ୫୪ହଜାର ୮୮୯ ଛାତ୍ରଛାତ୍ରୀ। B1 ଗ୍ରେଡରେ ପାସ୍‌ କରିଛନ୍ତି ୧ଲକ୍ଷ ୨୦ହଜାର ୩୧୨ ଛାତ୍ରଛାତ୍ରୀ। B2 ଗ୍ରେଡରେ ପାସ୍‌ କରିଛନ୍ତି ୧ଲକ୍ଷ ୪୨ହଜାର ୫୯୯ ଛାତ୍ରଛାତ୍ରୀ। ମାଲକାନଗିରିର ୨ଟି, ଅନୁଗୁଳର ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ ରହିଛି। ୧୧୭୦ ହାଇସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ମଧ୍ୟମା ପାସ୍‌ ହାର ରହିଛି ୮୦.୦୬ ପ୍ରତିଶତ। ୨୦୨୧ରେ ମୋଟ୍‌ ପାସ୍‌ ହାର ୯୭.୮୯ ପ୍ରତିଶତ ଥିଲା। www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ୍ଟ ଉପଲବ୍ଧ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.