ଲଞ୍ଚ ହେଲା Range Rover 2022 , ଫିଚର୍ସ ରହିଛି ଏକଦମ ଜବରଦସ୍ତ , ଜାଣନ୍ତୁ ଏହାର ଦାମ୍‌

Range Rover ଭାରତରେ ଗ୍ରାହକଙ୍କ ପାଇଁ ଏକଦମ ନୂଆ ରେଞ୍ଜ ରୋଭର ଏସୟୁଭି ର ଡେଲିଭରି ଆରମ୍ଭ କରିଦେଇଛି। କମ୍ପାନୀ ଚଳିତ ବର୍ଷ ଜାନୁଆରୀ ୨୦୨୨ରେ ରେଞ୍ଜ ରୋଭର ଫ୍ଳାଗସିପ୍‌ ଏସୟୁଭିର ଦାମ ମଧ୍ୟ ଘୋଷଣା କରିଥିଲା।

Range Rover ଭାରତରେ ନୁଆ ମଡେଲର ଡେଲିଭରୀ ଆରମ୍ଭ କରିଦେଇଛି। ଏସୟୁଭିକୁ ୨.୩୨ କୋଟି ଟଙ୍କାରେ ମାର୍କେଟରେ ଲଞ୍ଚ କରାଯାଇଥିଲା। ଏବେ ଏହି ଫ୍ଲାଗସିପ ମଡେଲକୁ ଅଧିକ ଦାମରେ ଲଞ୍ଚ କରାଯାଇଛି। ନୂଆ ରେଞ୍ଜ ରୋଭର ଏସୟୁଭି ର ପ୍ରାରମ୍ଭିକ ଦାମ ଏବେ ୨.୩୯ଲକ୍ଷ ଟଙ୍କା ରହିଛି। ଯାହା ଟପ୍‌ ସ୍ପେକ ମଡେଲ ପାଇଁ ୩.୫୧ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୨୨ ରେଞ୍ଜ ରୋଭର ୪ ଟ୍ରିମ ଲେଭଲ-SE, HSE, ଅଟୋବାୟୋଗ୍ରାଫି ଓ ଫାଷ୍ଟ ଏଡିସନ ରେ ଉପଲବ୍ଧ ରହିଛି।

ନୂଆ ରେଞ୍ଜ ରୋଭର ରେ ୩ ଟି ଇଞ୍ଜିନ ର ବିକଳ୍ପ ରହିଛି। ଯେମିତିକି ୩.୦ ଲିଟର ର ୬ଟି ପେଟ୍ରୋଲ ସିଲିଣ୍ଡର, ୩.୦ ଲିଟର ର ୬ଟି ଡିଜେଲ ଓ ୪.୪ ଲିଟର ,ଟ୍ଵିନ ଟର୍ବୋଚାର୍ଜଡ ଭି୮ ପେଟ୍ରୋଲ ଉପଲବ୍ଧ ରହିଛି। ୩.୦ ଏଲ ଭି୬ ଇଞ୍ଜିନ ୪୦୦ ବିଏଚପି ପାଓ୍ଵର ଓ ୫୫୦ ଏନଏମ ର ଟର୍କ ଜେନେରେଟ କରିଥାଏ। ସେମିତି ୬ଟି ଡିଜେଲ ସିଲିଣ୍ଡର ୩୫୦ ବିଏଚିପ ପାଓ୍ଵର ଓ ୭୦୦ ଏନଏମ ଟର୍କ ଜେନେରେଟ କରିଥାଏ । ଏଥିରେ ଷ୍ଟାଣ୍ଡାର୍ଡ ରୂପରେ ୮ସ୍ପିଡ ଟର୍କ କନଭର୍ଟର ଅଟୋମେଟିକ ଗିୟରବକ୍ସ ଦିଆଯାଇଛି। ଏହାସହ ଟେରେନ ରି ସ୍ପନ୍ସ୨ ସିଷ୍ଟମ, ଇଲେକଟ୍ରୋନିକ ଏୟାର ସସ୍ପେଂସନ ଓ ଡାଇନାମିକ ରିସପନ୍ସ ପ୍ରୋ ସହ ଆଲାଓ ହ୍ଵିଲ ଡ୍ରାଇଭ ଲେଆଉଟ ରୁ ଲେସ ରହିଛି।

୨୦୨୨ ରେଞ୍ଜ ରୋଭର ଏମଏଲଏ ଫ୍ଳେକ୍ସ ପ୍ଲାଟଫର୍ମରେ ତିଆରି ହୋଇଛି। ନୂଆ ଷ୍ଟାଇଲ ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି। ଏଥିରେ କିଛି କଷ୍ଟମେଟିକ ଅପଡେଟ ଦିଆଯାଇଛି। ନୂଆ ମଡେଲ ସାର୍ପ ଏଲଇଡି ହ୍ୟାଣ୍ଡଲ୍ୟାମ୍ପ ଓ ନୂଆ ଏଲଇଡି ଟେଲ ଲାଇଟସ୍‌ ସହ ବଜାରକୁ ଆସିବ। ଏଥିରେ ସ୍ପିଲ୍ଟ ଟେଲଗେଟ ଓ ଫ୍ଲୋଟିଂ ରୁଫ ରହିବ। କେବିନ ଭିତରେ ନୂଆ ଡିଜାଇନ ଦିଆଯାଇଛି। ଏଥିରେ କ୍ୱାଡ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି। ଯାହା ପିଭି ପ୍ରୋ ସିଷ୍ଟମକୂ ସପୋର୍ଟ କରେ। ଏହି ସିଷ୍ଟମ Android Auto ଓ Apple Carplay କନେକ୍ଟିଭିଟି କୁ ସପୋର୍ଟ କରେ। ଏଥିରେ ଏକଦମ ନୂଆ ଡିଜିଟାଲ ଇନଷ୍ଟମେଣ୍ଟ କନସୋଲ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.