କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ଦୁର୍ଘଟଣା । ଟୋଲ ପ୍ଲାଜାରେ ଆମ୍ବୁଲାନ୍ସ ଧକ୍କା । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ସମେତ ୪ ମୃତ । କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଟୋଲ ପ୍ଲାଜାରେ ଘଟିଛି ଏହି ଭୟାବହ ଦୁର୍ଘଟଣା । କେତେ ଭୟଙ୍କର ଥିଲା ଦୁର୍ଘଟଣା । ତାହା ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଦୁର୍ଘଟଣା ବେଳର ଦୃଶ୍ୟରୁ ଜଣାପଡୁଛି । ବର୍ଷା ଯୋଗୁ ରାସ୍ତା ଓଦା ଥିଲା । ଏହି ସମୟରେ ଜଣେ ରୋଗୀ ଓ ଦୁଇ ଆଟେଣ୍ଡାଣ୍ଟଙ୍କୁ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ଟୋଲ ପ୍ଲାଜାରେ ପହଞ୍ଚିବା ବେଳକୁ ନିୟନ୍ତ୍ରଣ ହରାଇ ବସିଥିଲା ।
Terrible accident involving an ambulance at a toll booth in Shiroor, Karnataka. Three in the ambulance tragically dead. Prayers for the injured. @IndiaToday pic.twitter.com/ZqFzT6Q9pj
— Shiv Aroor (@ShivAroor) July 20, 2022
ଆଖି ପିଛୁଳାକେ ଓଦା ରାସ୍ତାରେ ନିୟନ୍ତ୍ରଣ ହରାଇ ଖସି ଯିବା ସହ ଟୋଲ ପ୍ଲାଜା କ୍ୟାବିନରେ ଧକ୍କା ଦେଇ ଓଲଟିପଡ଼ିଥିଲା ଆମ୍ବୁଲାନ୍ସ । ଏଥିରେ ରୋଗୀ, ଦୁଇ ଆଟେଣ୍ଡାଣ୍ଟ ଓ ଜଣେ ଟୋଲ ପ୍ଲାଜା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଆହତ ଆମ୍ବୁଲାନ୍ସ ଡ୍ରାଇଭରକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୂରମାର ହୋଇଯାଇଛି ।