ମମତା ବାନାର୍ଜୀଙ୍କ ୩୮ ବିଧାୟକ ବିଜେପି ସହ ରଖିଛନ୍ତି ସମ୍ପର୍କ! ଏହା କହି ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କଲେ ମିଥୁନ୍ ଚକ୍ରବର୍ତ୍ତୀ
ନିକଟରେ ମିଥୁନ୍ ଚକ୍ରବର୍ତ୍ତୀଙ୍କ ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମିଥୁନ୍ ଦାବି କରିଛନ୍ତି କି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଦଳର ୩୮ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପର୍କରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ସିଧାସଳଖ ତାଙ୍କ ସହିତ ସମ୍ପର୍କ ରଖିଛନ୍ତି।
ମିଥୁନ୍ ଚକ୍ରବର୍ତ୍ତୀ ଗତବର୍ଷ ବିଜେପିରେ ସାମିଲ ହୋଇଥିଲେ। ଏବେ ସେ ଏକ ପ୍ରେସ୍ କନଫେରେନ୍ସରେ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି। ବିଜେପିର ମୁସଲମାନ ବିରୋଧୀ ଭାବମୂର୍ତ୍ତି ଉପରେ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା, ତ ମିଥୁନ୍ କହିଥିଲେ କି, ‘ସବୁବେଳେ ଅଭିଯୋଗ ହୋଇ ଆସୁଛି ଯେ ବିଜେପି ଦଙ୍ଗା କରାଇଥାଏ। କିନ୍ତୁ ମୁଁ ସ୍ପଷ୍ଟ କହୁଛି, ଏହା କେବଳ ଷଡ଼ଯନ୍ତ୍ରର ଏକ ଅଂଶ’।
ମିଥୁନ୍ ଆଗକୁ କହିଥିଲେ, ‘ବିଜେପିକୁ ମୁସଲମାନଙ୍କ ବିପକ୍ଷ ବୋଲି କୁହାଯାଇଥାଏ। କିନ୍ତୁ ଏମିତି କାହିଁକି’? ସେ କହିଥିଲେ ଯେ ‘ଭାରତର ୩ ବଡ଼ ଷ୍ଟାର ସଲମାନ, ଶାହରୁଖ ଓ ଆମିର ହେଉଛନ୍ତି ମୁସଲମାନ। ଏହା କିପରି ସମ୍ଭବ ହେଲା? ୧୮ ରାଜ୍ୟରେ ବିଜେପି ସରକାର ଅଛି। ଯଦି ବିଜେପି ସେମାନଙ୍କୁ ନାପସନ୍ଦ କରେ ଏବଂ ହିନ୍ଦୁ ସେମାନଙ୍କୁ ଭଲ ପାଏନି, ତା’ ହେଲେ ଏହି ୩ ଜଣ ଷ୍ଟାରଙ୍କ ଫିଲ୍ମ ସେହି ରାଜ୍ୟଗୁଡ଼ିକରୁ କିଭଳି ଅଧିକ ଆୟ କରୁଛି’?
ମିଥୁନ୍ କହିଥିଲେ, ‘ମୁଁ ଯେଉଁଠି ଅଛି, ସେଠି ଏଥିଯୋଗୁ ପହଞ୍ଚି ପାରିଛି, କାରଣ, ହିନ୍ଦୁ, ମୁସଲମାନ ଓ ଶିଖ୍ ସମସ୍ତେ ମୋତେ ଭଲ ପାଆନ୍ତି’।