ରଣବୀର ସିଂଙ୍କୁ ଟକ୍କର ଦେବା ପାଇଁ ଉର୍ଫି ମଧ୍ୟ ହେଲେ ଟପଲେସ୍‌, ସେୟାର କଲେ ଭିଡିଓ

ଉର୍ଫି ଜାଭେଦ ନିଜର ଅତରଙ୍ଗୀ ଡ୍ରେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଅଖାରେ ତ କେତେବେଳେ କାଚରେ ଆଉ କେତେବେଳେ ବ୍ଲେଡରେ ଡ୍ରେସ ପିନ୍ଧି ଲୋକଙ୍କୁ ଆକର୍ଷିତ କରନ୍ତି ଆଉ ଟ୍ରୋଲ ବି ହୁଅନ୍ତି। ସବୁବେଳେ ନିଜ ଛୋଟ ଛୋଟ ଡ୍ରେସକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି। କିନ୍ତୁ କିଛି ସମୟ ହେଲାଣି ଫଟୋଶୁଟରେ କପଡା ବହୁତ କମ୍‌ ପିନ୍ଧୁଥିବା ନଜର ଆସିଛନ୍ତି ଉର୍ଫି। ଏବେ କିନ୍ତୁ ସବୁସୀମା ପାର କରିଛନ୍ତି ଉର୍ଫି। ଉର୍ଫି ଇନଷ୍ଟାଗ୍ରାମରେ ଏକ ଲାଟେଷ୍ଟ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଶରୀରକୁ କୌଣସି ଛୋଟ କପଡା ନୁହେଁ ବରଂ ହାତରେ ଢାଙ୍କିଛନ୍ତି। ତାଙ୍କ ଶରୀରରେ କେବଳ ଏକ ନୀଳ ରଙ୍ଗର ସୂତା ଗୁଡାଇ ହୋଇଥିବା ଦେଖିବାକୁ ମିଳିଛି।

ଉର୍ଫିଙ୍କ ଏହି ପୋଷ୍ଟ ଭାଇରଲ ହେବାରେ ଲାଗିଛି। ମାତ୍ର ୧ ଘଣ୍ଟାରେ କାହିଁ କେତେ ଭ୍ୟୁ ମିଳିସାରିଛି। ଉର୍ଫି ଏହି ଭିଡିଓ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି, ‘ନିଜକୁ ନିଜେ କର’। ଉର୍ଫିଙ୍କ ଫଟୋ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ଲୋକେ। ପୁଣିଥରେ ଟପଲେସ ହୋଇ ନିଜ ଶରୀରକୁ କେବଳ ହାତରେ ଘୋଡାଇଛନ୍ତି।

 

View this post on Instagram

 

A post shared by Uorfi (@urf7i)

ନିକଟରେ ଏକ ଚାଟ୍‌ ଶୋରେ ଉର୍ଫି ରଣବୀର ସିଂଙ୍କ ଦ୍ୱିତୀୟପତ୍ନୀ ହେବାକୁ ରାଜି ଥିବା କହି ଚର୍ଚ୍ଚାରେ ରହିଥିଲେ। ଆଉ ଏବେ ଏହି ଫଟୋଶୁଟ୍‌ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

ଗତକିଛିଦିନ ତଳେ ରଣବୀର ସିଂ ନ୍ୟୁଡ ଫଟୋଶୁଟ୍‌ କରିଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଫଟୋ ଭାଇରଲ ହେବା ପରେ ରଣବୀର ଟ୍ରୋଲର ଶିକାର ହୋଇଥିଲେ। ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟରୁଜୁ ହୋଇଥିଲା।

 

View this post on Instagram

 

A post shared by Ranveer Singh (@ranveersingh)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.