ହସ୍ତରେଖା ଶାସ୍ତ୍ର : ହାତରେ ଏହି ଚିହ୍ନ ଥିଲେ ବ୍ୟକ୍ତିକୁ ସବୁ ଜାଗାରେ ମିଳିଥାଏ ସଫଳତା, ହୋଇଥାନ୍ତି ପ୍ରଭାବଶାଳୀ ବ୍ୟକ୍ତି

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଏହି ଚିହ୍ନ ସମ୍ପର୍କରେ । ଏପରି ଦୁର୍ଲଭ ଚିହ୍ନ ବହୁତ କମ ଲୋକଙ୍କ ହାତରେ ରହିଥାଏ । ଯାହାକି ସୌଭାଗ୍ୟଶାଳୀ ହେବାର ଇଂଗିତ କରିଥାଏ । କୁହାଯାଏ ଯେଉଁ ଲୋକଙ୍କ ହାତରେ ଏପରି ଦୁର୍ଲଭ ଚିହ୍ନ ଥାଏ ସେମାନେ ଜୀବନରେ ବହୁତ ଉନ୍ନତି ହାସଲ କରିଥାନ୍ତି । ଆସନ୍ତୁ ଜାଣିବା କ’ଣ ସେହି ଦୁର୍ଲଭ ଚିହ୍ନ ।

ହାତରେ କ୍ରସ ଚିହ୍ନ ଥିଲେ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଏହା ଏପରି ଏକ ଦୁର୍ଲଭ ଚିହ୍ନ,ଯାହା ବହୁତ କମ ଲୋକଙ୍କ ହାତରେ ଥାଏ । ଯେଉଁ ଲୋକଙ୍କ ହାତରେ ଦୁଇ ରେଖା ମଧ୍ୟରେ ସ୍ପଷ୍ଟ କ୍ରସ ଚିହ୍ନ ଥିବାର ଦେଖାଯାଏ, ଏପରି ଲୋକ ସମାଜରେ ଏକ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ପ୍ରସିଦ୍ଧି ଲାଭ କରିଥାନ୍ତି ।
  ଏପରି ଲୋକ ତୀବ୍ର ବୁଦ୍ଧି ବାଲା ହୋଇଥାନ୍ତି । ଯାହାଙ୍କ ସ୍ମରଣଶକ୍ତି ବହୁତ ପ୍ରଖର ହୋଇଥାଏ । ଏହି ଲୋକଙ୍କୁ ଜିନିଷ ବିଷୟରେ ଜାଣିବା ଓ ଶିଖିବାର ଭଲ କ୍ଷମତା ଥାଏ ।
  ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକଙ୍କ ଗୋଟିଏ ହାତର ପାପୁଲିରେ କ୍ରସ ଚିହ୍ନ ଦେଖିବାକୁ ମିଳିଥାଏ । ସେ ତାଙ୍କ କ୍ୟାରିଅରରେ ମନ ମୁତାବକ ଉନ୍ନତି ହାସଲ କରିଥାନ୍ତି ।

–  ଯେଉଁ ଲୋକଙ୍କ ଦୁଇ ହାତର ପାପୁଲିରେ କ୍ରସ ଚିହ୍ନ ଦେଖିବାକୁ ମିଳିଥାଏ, ଏପରି ଲୋକ ସମାଜରେ ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି ଓ ମୃତ୍ୟୁ ପରେ ମଧ୍ୟ ତାଙ୍କ ନାମକୁ ମନେ ରଖାଯାଇଥାଏ । କ୍ରସ ଚିହ୍ନ ଧାରଣ କରିଥିବା ଲୋକ ଅନ୍ୟର ମିଛକୁ ସହଜରେ ଧରି ପାରନ୍ତି । ଯଦି କେହି ତାଙ୍କୁ ଧୋକା ଦିଅନ୍ତି, ସେ ତାଙ୍କୁ ଯଦିଓ କ୍ଷମା କରି ଦେଇ ପାରନ୍ତି ହେଲେ ସେହି କଥାକୁ କେବେ ଭୁଲି ପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.