ବ୍ରେକ୍ ଫେଲ ହୋଇ ନଦୀକୁ ଖସିଲା ITBP ବସ୍, ୬ ଯବାନ ସହିଦ
ଜମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଆଇଟିବିପି ବସ୍ ନଦୀକୁ ଖସି ପଡ଼ିବାରୁ ୬ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ୩୨ ଜଣ ଗୁରୁତର ହୋଇଛନ୍ତି। ଏହି ଯବାନମାନେ ଅମରନାଥ ଯାତ୍ରା ଡ୍ୟୁଟିରେ ଥିଲେ। ଚନ୍ଦନବାରୀ ପହଲଗାମ୍ରେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
In a road #accident near Chandanwari Pahalgam in #Anantnag district, 6 ITBP personnel got #martyred while as several others got injured, who are being #airlifted to Army hospital, Srinagar for treatment. Further details shall follow.@JmuKmrPolice
— Kashmir Zone Police (@KashmirPolice) August 16, 2022
ଭାରତ-ତିବ୍ଦତ ପୋଲିସର ସୂଚନା ମୁତାବକ, ବସ୍ରେ ମୋଟ୍ ୩୯ ଜଣ ଯବାନ ଥିଲେ। ଏଥିରେ ୩୭ ଆଇଟିବିପି ଯବାନ ଓ ୨ ଜମ୍ମୁ-କଶ୍ମୀର ପୋଲିସ ଥିଲେ। ବସ୍ର ବ୍ରେକ୍ ଫେଲ୍ ହେବା ପରେ ତାହା ରାସ୍ତା କଡ଼ ନଦୀକୁ ଖସି ପଡ଼ିଥିଲା। ଏହି ଯବାନ ଚନ୍ଦନବାଡ଼ିରୁ ପହଲଗାମ୍ ଆଡ଼କୁ ଯାଉଥିଲେ।
#WATCH Bus carrying 37 ITBP personnel and two J&K Police personnel falls into riverbed in Pahalgam after its brakes reportedly failed, casualties feared#JammuAndKashmir pic.twitter.com/r66lQztfKu
— ANI (@ANI) August 16, 2022
ଖବର ପାଇଁ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍କୁ ଖାଇରୁ ଉଦ୍ଧାର କରିବା ସହ ମୃତ ଓ ଗୁରୁତର ଯବାନଙ୍କୁ ହସ୍ପିଟାଲ ପଠାଇଛନ୍ତି। ମୃତ ଯବାନଙ୍କ ଶବ ବ୍ୟବଚ୍ଛେଦ ପରେ ଆଇଟିବିପି ଟିମ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।