ବୁଢ଼ାବଳଙ୍ଗ ନଦୀ ସୁଅରେ ଭାସିଗଲା ମହିଳା, ନଦୀକୂଳରେ ସେମିତି ଜଗି ବସିଛି ପୁଅ ଶିବା

ବାରିପଦା(କେନ୍ୟୁଜ୍): ପୁଅ ଆଖିଆଗରେ ଭାସିଗଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଜୁଆଳିକଟା ଗ୍ରାମରେ।  ମହିଳା ଜଣଙ୍କ ନିଜ ପୁଅ ଆଖିଆଗରେ ବୁଢ଼ାବଳଙ୍ଗ ନଦୀ ସୁଅରେ ଭାସିଯାଇଛନ୍ତି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ; ଗ୍ରାମର ସ୍ବର୍ଗତ ମଙ୍ଗଳ ସିଂଙ୍କ ପତ୍ନୀ ଯମୁନା( ୪୦) ଓ ପୁଅ ଶିବା (୧୪) ଗତକାଲି  ପୂର୍ବାହ୍ନ ୧୦ଟାରେ ଗାଁ ପାଖ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଲଗାଣ ବର୍ଷା ପାଇଁ ନଦୀରେ ଜଳସ୍ରୋତ ପ୍ରଖର ଥିଲା। ଏଥିରେ ଭାସି ଯାଇଥିଲେ ଯମୁନା। ମା’ ଭାସି ଯାଉଥିବା ଦେଖି ପୁଅ ଚିତ୍କାର କରିଥିଲେ ବି ଭରାନଦୀରୁ ଯମୁନାଙ୍କୁ ଉଦ୍ଧାର କରିବାକୁ କେହି ସାହସ କରି ପାରିନଥିଲେ।

ଏନେଇ ଖବର ପାଇବା ପରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ ସୁଦ୍ଧା ଯମୁନାଙ୍କ ସନ୍ଧାନ ମିଳିପାରିନାହିଁ। ଏପଟେ ପୁଅ ଶିବା ଦୁଃଖରେ ମ୍ରିୟମାଣ। ମା’କୁ ଝୁରିଝୁରି ସେ ନଦୀକୂଳରେ ହିଁ ଜଗି ବସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.