ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଶିମଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। କାଙ୍ଗଡା, ଚମ୍ବା ଓ ମଣ୍ଡିରେ ବର୍ଷାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ବିଗତ ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଲୋକ ନିଖୋଜ ଅଛନ୍ତି ।
ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା କହିଛନ୍ତି ଯେ ମାଣ୍ଡି, କାଙ୍ଗଡା ଏବଂ ଚାମ୍ବା ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ସେ କହିଛନ୍ତି ଯେ, ମନାଲି-ଚଣ୍ଡୀଗଡ଼ ଜାତୀୟ ରାଜପଥ ଓ ଶୋଧୀରେ ଶିମଲା-ଚଣ୍ଡୀଗଡ଼ ଜାତୀୟ ରାଜପଥ ସହିତ ୭୪୩ ସଡ଼କକୁ ଯାତାୟତକୁ ବନ୍ଦ କରିଦିଆଯାଇଛି ।ଉପାୟୁକ୍ତ ଅରିନ୍ଦମ ଚୌଧୁରୀ କହିଛନ୍ତି ଯେ, କେବଳ ମଣ୍ଡିରେ ପ୍ରବଳ ବର୍ଷା କାରଣରୁ ଅଚାନକ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ ଜଣ ନିଖୋଜ ଅଛନ୍ତି । ସେହିପରି ମଣ୍ଡିରେ ଘର ଭାଙ୍ଗିବାରୁ ୭ ଜଣ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି । ୨ ଜଣ ଲୋକଙ୍କର ମୃତଦେହ ଉଦ୍ଧାର ହୋଇଛି । କାଙ୍ଗଡାରେ ଇଂରାଜୀ ଶାସନ କାଳରେ ନିର୍ମିତ ଏକ ରେଳ ଲାଇନର ବ୍ରିଜ ଭାଙ୍ଗିଯାଇଛି । ଚମ୍ବାରେ ମଧ୍ୟ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ରାଜ୍ୟରେ ୩୦ରୁ ଅଧିକ ସ୍ଥାନରେ କ୍ଷୟକ୍ଷତି ରିପୋର୍ଟ ରହିଛି ।
ମୁଖ୍ୟ ଶାସନ ସଚିବ ରାଜସ୍ୱ ଅଙ୍କାର ଶର୍ମା କହିଛନ୍ତି ଯେ ରାଜ୍ୟରେ ମୌସୁମୀ ଯୋଗୁ ଏପର୍ଯ୍ୟନ୍ତ ୨୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୨୨ ଜଣ ନିଖୋଜ ଥିବା ଜଣାଯାଇଛି। ପ୍ରବଳ ବର୍ଷା ପରେ ରାଜ୍ୟର ୩୩୬ ଟି ଛୋଟ ଏବଂ ପ୍ରମୁଖ ରାସ୍ତା ବନ୍ଦ ରହିଛି। ୧୫୨୫ ଟ୍ରାନ୍ସଫର୍ମର ମଧ୍ୟ ବନ୍ଦ ଅଛି । ପରିସ୍ଥିତିକୁ ନେଇ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ସ୍ଥାନରେ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
#WATCH | Himachal Pradesh: The railway bridge on Chakki river in Himachal Pradesh’s Kangra district damaged due to flash flood, and collapsed today morning. The water in the river is yet to recede: Northern Railways pic.twitter.com/ApmVkwAkB8
— ANI (@ANI) August 20, 2022
ହିମାଚଳକୁ ଆସୁଥିବା ପର୍ଯ୍ୟଟକ ଏବଂ ଭକ୍ତମାନଙ୍କୁ ହିମାଚଳ ଯାତ୍ରା ନକରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ଚାମ୍ବାରେ ପ୍ରଶାସନ ଯାତ୍ରା ନକରିବାକୁ ପୂର୍ବରୁ ନିବେଦନ କରିଥିଲା, କିନ୍ତୁ ଲୋକମାନେ ଯାତ୍ରା କରୁଛନ୍ତି। ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅଙ୍କାର ଶର୍ମା କହିଛନ୍ତି ଯେ ଗତ ବର୍ଷ ହିମାଚଳରେ ମୌସୁମୀରେ ସ୍ୱାଭାବିକଠାରୁ ମାଇନସ୍ ୧୩ ରୁ ମାଇନସ୍ ୨୬ ବର୍ଷା ହୋଇଥିଲା। ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । କଙ୍ଗରା ସର୍ବାଧିକ ୩୩ ଏବଂ ୩୪୬ ମିଲିମିଟର ବର୍ଷା ରେକର୍ଡ କରିଛି । ରାଜ୍ୟରେ ଆସନ୍ତା ତିନି ରୁ ଚରି ଦିନ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ଦ୍ୱାରା ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।