Below header

ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୩.୯; ଦେଶର ବିଭିନ୍ନ ସ୍ଥାନରେ ଝଟ୍‌କା ଅନୁଭୂତ

ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କଟରା ଅଞ୍ଚଳରୁ ୬୧ କିଲୋମିଟର ପୂର୍ବରେ ରହିଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା।  ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୯। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନ ଥିବା ଅଧିକାରୀମାନେ କହିଛନ୍ତି।

ଅଧିକାରୀମାନଙ୍କ କହିବା ହେଲା, ଭୂମିକମ୍ପ ବିଳମ୍ବିତ ରାତି ୨ଟା ୨୦ ମିନିଟ୍‌ରେ ଆସିଥିଲା। ଲୋକେ ଏହି ସମୟରେ ଝଟକା ଅନୁଭବ କରିଥିଲେ। ଏହାର ତୁରନ୍ତ ପରେ ସେମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।

ଏହା ପୂର୍ବରୁ ସୋମବାର ରାଜସ୍ଥାନର ବିକାନେର୍‌ରେ ବି ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ବୋଲି ମପା ଯାଇଥିଲା।

ସେପଟେ ୟୁପିର ଲକ୍ଷ୍ନୌ, ବହରାଇଚ ଓ ସୀତାପୁର ସମେତ କେତେକ ଜିଲ୍ଲାରେ ୧୯ ଅଗଷ୍ଟ ବିଳମ୍ବିତ ରାତିରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରାତି ପାଖାପାଖି ୧ଟା ୧୨ ମିନିଟ୍‌ରେ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫.୨। ଝଟ୍‌କା ଅନୁଭବ ହେବାରୁ ଲୋକମାନଙ୍କ ନିଦ ଭାଙ୍ଗି ଯାଇଥିଲା ଏବଂ ସେମାନେ ତୁରନ୍ତ ଘରୁ ବାହାରି ଆସିଥିଲେ। ଏହିପରି ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ମାଟି ମଧ୍ୟ ଭୂମିକମ୍ପ ଝଟ୍‌କାରେ ଥରି ଉଠିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.