ସୁନାର ଲଙ୍କା ପ୍ରଥମେ କେଉଁଠି ଥିଲା? ଏହା ଲଙ୍କାପତି ରାବଣଙ୍କର ହେଲା କିପରି ଜାଣନ୍ତୁ ..

ଦେବାଧିଦେବ ମହାଦେବ। ଭୋଳା ମନ ତାଙ୍କର। ଯିଏ ଥରେ ପ୍ରସନ୍ନ କରିଦେଇଛି ତାକୁ ସେ ତାର ଇଚ୍ଛା ଅନୁସାରେ ସବୁକିଛି ପ୍ରଦାନ କରନ୍ତି। ଭୋଳାବାବାଙ୍କ ସ୍ୱଭାବରେ ମାତା ପାର୍ବତୀ ମଧ୍ୟ ବେଶ ଖୁସି ଅନୁଭବ କରନ୍ତି। ସେଥିପାଇଁ ତ ବାବାଙ୍କ ନାମରେ ତପସ୍ୟା କରି ତାଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ଅନେକ ବର୍ଷ ଅପେକ୍ଷା କରିଥିଲେ। ଶେଷରେ ନିଜ ମନର ମଣିଷକୁ ବିବାହ କରିଥିଲେ।

ଶିବ ତ ଥିଲେ ବୈରାଗୀ। ସେ ମୋହ ମାୟାର ସଂସାରରେ ପଶିବାକୁ ଇଚ୍ଛା କରୁନଥିଲେ। କିନ୍ତୁ ଭାଗ୍ୟର ଡ଼ୋରୀ ତାଙ୍କୁ ମାତା ପାର୍ବତୀଙ୍କ ସହ ଯୋଡ଼ିଦେଲା। ପରେ ସେ ବି ଅନ୍ୟ ଦେବାଦେବୀଙ୍କ ଭଳି ନିଜ ପରିବାର ଆରମ୍ଭ କଲେ। ଦିନ ବିତିଲା ମାତା ପାର୍ବତୀ ଓ ମହାଦେବ ମାତା ପିତା ହେଲେ। କୋଳକୁ ପ୍ରଥମେ ପୁତ୍ର କାର୍ତ୍ତିକେୟ ଓ ପରେ ଗଣେଶ ଆସିଲେ। ଏହାକୁ ଦେଖି ମାତା ପିତା ଦୁହେଁ ଖୁସି ହୋଇଗଲେ। ପୁରାଣ କଥା ଧ୍ୟାନକୁ ଦେଲେ ଏହାକୁ ନେଇ ଅନେକ ରୋଚକ କାହାଣୀ ରହିଛି।

ଏକଦା ମାତା ପାର୍ବତୀ ଅର୍କଦା ପବର୍ତରେ ବୁଲୁଥିବା ସମୟରେ ଭାବିଲେ ଯେ ଆମର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। କିନ୍ତୁ ଆମର ଅନ୍ୟ ଦେବାଦେବୀଙ୍କ ଭଳି ମହଲ ନାହିଁ। ତେଣୁ ପିଲାଙ୍କୁ ସୁରକ୍ଷିତ ରଖିବାକୁ ନେଇ ସେ ଚିନ୍ତିତ ହେଲେ। ପରେ ମହାଦେବଙ୍କୁ ଏକ ମହଲ କରିବାକୁ କହିଲେ। ମହାଦେବ ମାତାଙ୍କ କଥା ଶୁଣି ଖୁସି ହେଲେ ପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଡାକିଲେ। ପ୍ରଥମେ ବିଶ୍ୱକର୍ମା ମାନଚିତ୍ର ଆଙ୍କିଲେ ପରେ ଶୁଭ ମୁହୁରତ ଦେଖି କାମ ମଧ୍ୟ ଆରମ୍ଭ କଲେ। ଦେବାଧିଦେବ ମହାଦେବ ଓ ମାତା ପାର୍ବତୀଙ୍କ ପାଇର୍ ମହଲ ତିଆରି କରିବାର ଦାୟିତ୍ୱ ନେବା କିଛି ସାଧାରଣ କଥା ନଥିଲା।

ଶେଷରେ ବିଶ୍ୱକର୍ମା ନିଜ କଳ୍ପନା କୁ ପୁରା ଆକାର ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ଏଥିରେ ତାଙ୍କର ସହାୟତା କରିଥିଲେ ସ୍ୱର୍ଣ୍ଣ ତଥା ଧନର ଦେବତା କୁବେର ଦେବ। ମହଲ ହେବା ପରେ କୁବେର ଦେବ ନିଜ ସ୍ୱର୍ଣ୍ଣ ଧନ ଦ୍ୱାରା ଏହି ମହଲ କୁ ତିଆରି କଲେ । ପରେ ଏହି ମହଲକୁ ନେଇ ତିନି ଲୋକରେ ଚର୍ଚ୍ଚା ଧରିଲା। ତାଙ୍କ ଦ୍ୱାରା ଏକ ଏମିତି ନଗରୀ ତିଆରି ହୋଇଥିଲା। ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳିନଥିଲା। ପରେ ଏହି ମହଲରେ ଗୃହ ପ୍ରବେଶ କରିବା ର ସମୟ ଆସିଲା। ଏହି ସମୟରେ ଏକ ବ୍ରାହ୍ମଣ ପଣ୍ଡିତ ଙ୍କର ଖୋଜାପଡ଼ିଲା। ଶେଷରେ ମହାଦେବ ଲଙ୍କାଧିପତି ରାବଣଙ୍କ ନାମ ନେଲେ। ସମସ୍ତ ବ୍ରହ୍ମାଣ୍ଡରେ ଜ୍ଞାନ, ବୁଦ୍ଧି, ବିବେକ ରେ ଯିଏ ଚର୍ଚ୍ଚିତ ଥିଲେ । ରାବଣ ତିନି ଲୋକରେ ଯିବା ଆସିବାର କ୍ଷମତା ମଧ୍ୟ ରଖିଥିଲେ ।

ପରେ ରାବଣ ଶ୍ରୀଲଙ୍କାରୁ ଆସି ଏହି କୈଳାସ ପର୍ବତରେ ହୋଇଥିବା ମହଲକୁ ଆସିଲେ । ପରେ ସମସ୍ତେ ନିଜର ସର୍ବଶ୍ରେଷ୍ଠ ବୈଭବରେ ସୁସଜ୍ଜିତ ହୋଇ ଏଠାକୁ ଆସିଲେ । ବୈଦିକ ରୀତିରେ ଏହି କାମ କୁ ପୂରା କରାଗଲା। ପୂଜା ପରେ ମାତା ରାବଣଙ୍କୁ ଦକ୍ଷିଣା ମାଗିବା ପାଇ ଁ କହିଲେ । ରାବଣ ମନାକରିବାରୁ ମାତା କହିଲେ ଯେ ଦକ୍ଷିଣା ବିନା କୌଣସି ଅନୁଷ୍ଠାନ ପୁରା ହୋଇନଥାଏ ।

ଶେଷରେ ମାତା ବାଧ୍ୟ କରିବାକୁ ରାବଣ ଏହି ସ୍ୱର୍ଣ୍ଣ ଲଙ୍କା ତାଙ୍କୁ ଦକ୍ଷିଣାରେ ଦେବା ପାଇଁ କହିଥିଲେ। ମାତା ଟିକେ ଶାନ୍ତ ରହିଗଲେ କିନ୍ତୁ ମହାଦେବ ସ୍ଥିର ଚିତ୍ତରେ ତଥାସ୍ତୁ କହିଲେ। ପରେ ମହାଦେବଙ୍କ କହିବା ଅନୁସାରେ ବିଶ୍ୱକର୍ମା ସ୍ୱର୍ଣ୍ଣ ଲଙ୍କା କୈଳାସ ପର୍ବତରୁ ଆଣି ଶ୍ରୀଲଙ୍କାରେ ସ୍ଥାପିତ କଲେ। ତେବେ ଠାରୁ ରାବଣର ଲଙ୍କା ସୁନାର କୁହାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.