Block କି ଡିଲିଟ୍‌ କରିବାର ନାହିଁ ଆବଶ୍ୟକତା, WhatsAppରେ ଏମିତି ଗୋପନ କରନ୍ତୁ ନିଜ DP ଏବଂ Last Seen

ବେଳେବେଳେ ଆମ କଣ୍ଟାକ୍ଟରେ ଏମିତି ନମ୍ବର ସେଭ ଥାଏ ଯାହାକୁ ବ୍ଲକ କରିବା କିମ୍ବା ଡିଲିଟ୍‌ କରିବାର ଆବଶ୍ୟକ ପଡିଯାଇଥାଏ। ଯେପରି ସେ ଆପଣଙ୍କ ହ୍ଵାଟ୍ସଆପ୍‌ DP ଏବଂ ଲାଷ୍ଟ ସିନକୁ ସେହି କଣ୍ଟାକ୍ଟ ଠାରୁ ଗୋପନ ରଖିପାରିବେ। କିନ୍ତୁ ହ୍ଵାଟ୍ସଆପରେ କିଛି ଦିନ ପୂର୍ବରୁ ଏକ ଏମିତି ଫିଚର ଆସିଛି,ଯାହା ଆପଣଙ୍କର ଏହି ସମସ୍ୟାକୁ ଚୁଟକିରେ ସମାଧାନ କରିପାରିବ।

ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍‌ ହ୍ଵାଟ୍ସଆପରେ ଆମର ବହୁତ ଗୁଡିଏ ବ୍ୟକ୍ତିଗତ ତଥ୍ୟ ମହଜୁଦ ରହିଛି। ଡିସପ୍ଲେ ପିକଚର ବା ଡିପିରେ ଆମେ ଆମର ଫଟୋ ରଖିଥାନ୍ତି। ଆଉ ଲାଷ୍ଟ ସିନରେ ପତ୍ତା ଲାଗିପାରେ ଯେ ଆପଣ କେତେବେଳେ ହ୍ଵାଟ୍ସଆପକୁ ଖୋଲିଥିଲେ। ଏହି ସବୁ ତଥ୍ୟକୁ ଆମେ ସମସ୍ତଙ୍କ ସହ ସେୟାର କରିବାକୁ କମ୍ଫର୍ଟ ଫିଲ କରନ୍ତିନାହିଁ।

ତେଣୁ ଏମିତିରେ ଆମେ କଣ୍ଟାକ୍ଟ ଲିଷ୍ଟରେ ସେହି ନମ୍ବରକୁ ବ୍ଲକ କିମ୍ବା ଡିଲିଟ୍‌ କରିବାକୁ ଜରୁରୀ ମନେ କରି ବ୍ଲକ ଏବଂ ଡିଲିଟ ବି କରିଦିଅନ୍ତି। ଯାହାଦ୍ୱାରା ଯେପରି ତାଙ୍କୁ ଡିପି ଏବଂ ଲାଷ୍ଟସିନ୍‌ ଗୋପନ ରହିପାରିବ। କିନ୍ତୁ ଆପଣଙ୍କର ଏହି ସମସ୍ୟା ପାଇଁ ହ୍ଵାଟ୍ସଆପ୍‌ କିଛି ଦିନ ପୂର୍ବରୁ ଆଣିଛି ଏକ ବଢ଼ିଆ ଫିଚର। ଏବେ ଆପଣ ହ୍ଵାଟ୍ସଆପ୍‌ ସେଟିଙ୍ଗରେ ପରିବର୍ତ୍ତନ କରି କାହା ଠାରୁ ବି ନିଜର ପ୍ରୋଫାଇଲ ପିକଚର ଏବଂ ଲାଷ୍ଟସିନ୍‌ ହାଇଡ୍‌ କରିପାରିବେ।

ଜାଣନ୍ତୁ ପ୍ରୋସେସ୍‌

ଷ୍ଟେପ ୧ – ନିଜର ଆଣ୍ଡ୍ରଏଡ କିମ୍ବା ଆଇଫୋନରେ ନିଜ WhatsApp ଆପ୍‌ ଖୋଲନ୍ତୁ।
ଷ୍ଟେପ ୨ – ଥ୍ରି ଡଟ୍‌ ଅପ୍ସନ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୩ – ସେଟିଙ୍ଗ> ଆକାଉଣ୍ଟ > ପ୍ରାଇଭେସୀ > ପ୍ରୋଫାଇଲ ଫଟୋକୁ ଯାଆନ୍ତୁ।
ଷ୍ଟେପ ୪ – ଏବେ ‘My contacts except’ ବାଛନ୍ତୁ। ଏବଂ ସେହି କଣ୍ଟାକ୍ସକୁ ବାଛନ୍ତୁ। ଯାହାକୁ ଆପଣ ନିଜ ପ୍ରୋଫାଇଲ ଫଟୋ ଲୁଚାଇବାକୁ ଚାହୁଁଛନ୍ତି।

ଏହିଭଳି ଭାବେ ଲାଷ୍ଟସିନ୍‌ ପାଇଁ ମଧ୍ୟ ‘My contacts except’ର ଅପ୍ସନ ଦିଆଯାଇଥାଏ। ଏହାବ୍ୟତୀତ ୟୁଜର୍ସ ନିଜ ‘About’କୁ ଚୟନ କରି କଣ୍ଟାକ୍ଟସକୁ ବି ଲୁଚାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.