ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ନୀଳ ଗାଈକୁ ବଞ୍ଚାଇବା ଚକ୍କରରେ ଗଛରେ ଧକ୍କା ହେଲା ଗାଡି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଓଏସଡି (ଅଫିସର ଅନ ଡ୍ୟୁଟି) ଦାୟିତ୍ୱରେ ଥିବା ମୋତିଲାଲ ସିଂଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ବସ୍ତି ଜିଲ୍ଲା ମୁଡେରଓ୍ଵା ଥାନା ଅଞ୍ଚଳରେ ଏନଏଚ-୨୮ରେ ଘଟିଛି। ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଗାଡି ଅନିୟନ୍ତ୍ରିତ ହୋଇ ଏକ ଗଛରେ ଧକ୍କା ହୋଇଥିଲା। ଗାଡିରେ ମୋତିଲାଲ ସିଂ ନିଜ ପତ୍ନୀଙ୍କ ସହିତ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଏବଂ ଡ୍ରାଇଭର ଗୁରୁତର ରହିଛନ୍ତି। ଦୁର୍ଘଟଣା ପରେ ସେମାନଙ୍କୁ ଗୋରଖପୁର ମେଡିକାଲ କଲେଜକୁ ରେଫର କରାଯାଇଥିଲା। ମୋତିଲାଲ ସଂଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ନୀଳ ଗାଈକୁ ବଞ୍ଚାଇବା ଚକ୍କରରେ ଏହି ଦୁର୍ଘଟଣା ଘଟିଛି।

ଗତକିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସ୍ଥିତ ଶିବିର କାର୍ଯ୍ୟାଳୟରେ ଥିବା ଓଏସଡି ମୋତିଲାଲ ସିଂଙ୍କ କାର୍ଯ୍ୟାକଳ ୩୦ ସେପ୍ଟେ୍ଵମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଗୋରଖପୁର ନଗର ନିଗମରୁ ରିଟାୟର ହେବା ପରେ ମୋତିଲାଲ ସିଂ ଗୋରଖନାଥ ମନ୍ଦିର ଜଡିତ ଥିଲେ ଏବଂ ଲୋକଙ୍କ ସମସ୍ୟା ବୁଝୁଥିଲେ।

ସୂଚନାଯୋଗ୍ୟ, ମୋତିଲାଲ ସିଂ କୌଣସି କାମ ପାଇଁ ଲକ୍ଷ୍ମୌ ଯାଉଥିଲେ। ଗୋରଖପୁର ବସ୍ତି ଜିଲ୍ଲାର ମୁଣ୍ଡେରଓ୍ଵା ନିକଟରେ ରାସ୍ତାକୁ ହଠାତ୍‌ ଏକ ନୀଳ ଗାଈ ଚାଲିଆସିଥିଲା। ତାକୁ ବଞ୍ଚାଇବା ଚକ୍କରରେ ଗାଡି ଗଛ ସହିତ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ମୋତିଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଏବଂ ଡ୍ରାଇଭର ଗୁରୁତର ଥିବା ଜଣାପଡିଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୋତିଲାଳଙ୍କ ପତ୍ନୀଙ୍କ ଚିକିତ୍ସାରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ଡାକ୍ତରଙ୍କୁ କହିଛନ୍ତି। ତେବେ ଆଜି ମୋତିଲାଲଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯୋଗୀ ଆସିପାରନ୍ତି ବୋଲି ଖବର ରହିଛି।

Also Read : ଦେଶରେ ବ୍ୟାପୁଛି ଟମାଟୋ ଫ୍ଲୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.