ଏସିଆ କପ୍ ୨୦୨୨ ରେ ସୁପର ୪ ମ୍ୟାଚରେ ପାକିସ୍ତାନ ଠାରୁ ୫ ଓ୍ଵିକେଟରେ ପରାଜୟ ହୋଇଛି ଭାରତ। ଏହି ସିଜିନରେ ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ପୁରୁଣା ଲକ୍ଷ୍ୟ ହାସଲ କରିଛନ୍ତି। ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍ ଖେଳିଥିଲେ ଏବଂ ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସତ୍ତ୍ୱେ ମଧ୍ୟ ଟିମ୍ ଇଣ୍ଡିଆ ଜିତିପାରିନଥିଲା। କିନ୍ତୁ କୋହଲି ନିଜର ପୁରୁଣା ଅନ୍ଦାଜରେ ନଜର ଆସିଥିଲେ।
ମ୍ୟାଚ୍ ପୂର୍ବରୁ କୋହଲି ନିଜର ପୁରୁଣା ସ୍ମୃତି ବଖାଣି ଥିଲେ। ବିରାଟ ନିଜର ଖରାପ ପ୍ରଦର୍ଶନ ପାଇଁ ଟି-୨୦ ଏବଂ ଟେଷ୍ଟରୁ ଅଧିନାୟକ ପଦ ଛାଡିଥିଲେ। ଆଉ କୋହଲି ଯେତେବେଳେ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ, ସେତେବେଳେ କେବଳ ଧୋନିଙ୍କ ମେସେଜ ଆସିଥିଲା। ଏହାଛଡା ଆଉ କେହି ବି ମେସେଜ କରିନାହାନ୍ତି।
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକ କରି କୋହଲି କହିଛନ୍ତି, ମୁଁ ଯେତେବେଳେ ଟେଷ୍ଟ ଅଧିନାୟକ ଛାଡିଥିଲି, କେବଳ ଜଣେ ବ୍ୟକ୍ତି ମୋତେ ମେସେଜ କରିଥିଲେ। ଅନେକ ଲୋକଙ୍କ ପାଖରେ ମୋର ନମ୍ବର ରହିଛି। କିନ୍ତୁ କେବଳ ମହେନ୍ଦ୍ର ସିଂ ଧୋନି ହିଁ ମୋତେ ମେସେଜ କରିଥିଲେ। ତାଙ୍କ ଛଡା ଆଉ କେହି ବି ମେସେଜ କରିନାହାନ୍ତି। ନିଜର ଅନ୍ତରଙ୍ଗ ବନ୍ଧୁ ହିଁ ଏମିତି କରିପାରେ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ କାହାକୁ କିଛି କହିବାକୁ ଚାହୁଁନାହିଁ। ଅନେକ ଲୋକ ଦୁନିଆ ସାମ୍ନାରେ ପରାମର୍ଶ ଦିଅନ୍ତି, କିନ୍ତୁ ବ୍ୟକ୍ତିଗତ ଭାବେ ଚୁପ୍ ରୁହନ୍ତି। ଯଦି ଆପଣ ମୋତେ କିଛି ପରାମର୍ଶ ଦେବାକୁ ଚାହୁଁଛନ୍ତି, ତେବେ ବ୍ୟକ୍ତିଗତ ଭାବେ ଦେଇପାରିବେ। ମୁଁ ଜୀବନରେ ସଚ୍ଚେଟତା ସହିତ ବଞ୍ଚିବାକୁ ଚାହୁଁଛି, ତେଣୁ ନିଜେ ପରିଶ୍ରମ କରୁଛି, ଉପରବାଲା ଏହାକୁ ଦେଖୁଛି, ଯେପର୍ଯ୍ୟନ୍ତ ଖେଳିପାରିବି, ସେପର୍ଯ୍ୟନ୍ତ ଖେଳିବି।
#WATCH | When I left Test captaincy, only MS Dhoni messaged me. A lot of people have my number, but no one messaged me. The respect and connection with him (MS Dhoni) is genuine… neither he is insecure about me, nor I am insecure about him…: Virat Kohli, Indian cricketer pic.twitter.com/kSTqAdfzs5
— ANI (@ANI) September 4, 2022
ସୂଚନାଯୋଗ୍ୟ, ଗତକାଲି ମ୍ୟାଚରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଏହା ସହ ଭାରତ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିଲା। ଟିମ୍ ଇଣ୍ଡିଆ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୧୮୧ ରନ୍ କରିଥିଲା। ଏସିଆ କପ୍ର ସୁପର-୪ ମୁକାବିଲାରେ ଭାରତ ପାକିସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୬୦ ରନର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ବିରାଟ କୋହଲି ୪୪ ବଲରେ ୬୦ ରନ୍ କରିଥିଲେ। କୋହଲି ଲଗାତାର ଭାବେ ଏହା ଦ୍ୱିତୀୟ ଅର୍ଦ୍ଧଶତକ। ବିରାଟ ନିଜ ଇଂନିସରେ ଗୋଟିଏ ଛକା ଏବଂ ୪ଟି ଚଉକା ଲଗାଇଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଚହଲ, ଭୁବନେଶ୍ୱର କୁମାର, ରବି, ହାର୍ଦିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
୧୮୨ ରନର ଟାର୍ଗେଟର ପିଛା କରି ପାକିସ୍ତାନ ୫ ଓ୍ଵିକେଟ ହରାଇ ୧୮୨ ରନ୍ କରି ମ୍ୟାଚ ଜିତିଥିଲା। ରିଜବାନ ୫୧ ବଲରେ ୭୧ ରନ୍ କରିଥିଲେ। ସେହିପରି ମହମ୍ମଦ ନଓ୍ଵାଜ ୨୦ ବଲରେ ୪୨ ରନ୍ ଖେଳିଥିଲେ। ଦୁହେଁ ମିଶି ତୃତୀୟ ଓ୍ଵିକେଟ ପାଇଁ ୪୧ ବଲରେ ୭୩ ରନ କରିଥିଲେ।
Also Read : ଏଥର ଇଣ୍ଡିଆକୁ ହରାଇ ବାଜି ମାରିନେଲା ପାକିସ୍ତାନ,୫ ୱିକେଟରେ ହାତେଇଲା ମ୍ୟାଚ୍