ଚାଣକ୍ୟ ନୀତି : ଏହି ୩ କାରଣରୁ ପତି-ପତ୍ନୀଙ୍କ ମଧ୍ୟରେ ଆସିଥାଏ ଦୂରତ୍ୱ, ଜାଣନ୍ତୁ ବୈବାହିକ ଜୀବନ କିପରି ହେବ ସୁଖମୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ମନୁଷ୍ୟକୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ ସମ୍ପର୍କ । ବଶେଷକରି ପତି-ପତ୍ନୀଙ୍କ ସମ୍ପର୍କ ଜୀବନକୁ ବେଶୀ ପ୍ରଭାବିତ କରିଥାଏ । ସୁଖୀ ବୈବାହିକ ଜୀବନରେ ଏହି ସମ୍ପର୍କ ମଧୁର ହେବା ଦରକାର । ନଚେତ ବିଗିଡି ଯାଇଥାଏ ପତି-ପତ୍ନୀଙ୍କ ସମ୍ପର୍କ । ଆସନ୍ତୁ ଜାଣିବା ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ କ’ଣ କରିବା ଉଚିତ୍‌ ।

ପତି-ପତ୍ନୀଙ୍କ ମଧ୍ୟରେ ତାଳମେଳ :

ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ବୈବାହିକ ଜୀବନ ଦୁଃଖ, ଦୁଶ୍ଚିନ୍ତା ଓ କଷ୍ଟରେ ଭରି ରହିଥାଏ, ସେ ଯେତେ ପ୍ରତିଭାଶାଳୀ ହେଲେ ବି ତାଙ୍କ ଜୀବନରେ ସର୍ବଦା ନିରାଶାର କଳା ବାଦଲ ଛାଇ ହୋଇ ରହିଥାଏ । ସୁଖୀ ବୈବାହିକ ଜୀବନ ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ତାଳମେଳ ଜରୁରୀ ।

ସମ୍ପର୍କରେ ବିଶ୍ୱାସ ହେବା ଜରୁରୀ :

ଚାଣକ୍ୟ କୁହନ୍ତି, ସୁଖି ବୈବାହିକ ଜୀବନ କୌଣସି ଉପହାର ଠାରୁ କମ ନୁହେଁ । ଦାମ୍ପତ୍ୟ ଜୀବନ ଯେତେ ସୁଖମୟ ହୁଏ, ଚିନ୍ତା ଓ କଷ୍ଟ ସେତେ କମ ହୋଇଥାଏ । ବିଶ୍ୱାସରେ ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହୋଇଥାଏ । ଉଭୟେ ଉଭୟଙ୍କ ଭାବନାକୁ ସମ୍ମାନ ଦେବା ଉଚିତ୍‌ ।

ପ୍ରେମରେ ଉଣା କରନ୍ତୁ ନାହଁ :

ଚାଣକ୍ୟଙ୍କ ଅନୁଯାୟୀ, ପ୍ରେମ କୌଣସି ବି ସମ୍ପର୍କର ପ୍ରଥମ ସର୍ତ୍ତ ହୋଇଥାଏ । ପତି-ପତ୍ନୀଙ୍କ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ମଧ୍ୟରୁ ଏକ ହୋଇଥାଏ । ଏହି ସମ୍ପର୍କ ମଧ୍ୟରେ ମିଛ ଓ ଦେଖାଇ ହେବା ପାଇଁ କୌଣସି ସ୍ଥାନ ନଥାଏ । ତେଣୁ ଏହାଠାରୁ ନିଜକୁ ବଞ୍ଚାଇବା ଦରକାର । ଏହି ସମ୍ପର୍କରେ ଯେତେ ବିଶ୍ୱାସ ହେବ ପତି-ପତ୍ନୀଙ୍କ ସମ୍ପର୍କ ସେତେ ମଜବୁତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.