ରାଣୀ ଏଲିଜାବେଥ୍ ଦ୍ୱିତୀୟ ‘ଆଞ୍ଜେଲ ନମ୍ବର ୨୨୨’ ମୃତ୍ୟୁ ବରଣ କରିଛନ୍ତି, ଦାବି କରୁଛନ୍ତି ବ୍ରିଟିଶବାସୀ
ବ୍ରିଟେନର ଦୀର୍ଘତମ ସାସିକା ରାଣୀ ଏଲିଜାବେଥ୍ ଦ୍ୱିତୀୟ ସେପ୍ଟେମ୍ବର ୮ ତାରିଖରେ ସ୍କଟଲ୍ୟାଣ୍ଡର ବଲ୍ମୋରଲ ଦୁର୍ଗରେ ୯୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଯାହାପାଇଁ ଶୁଣିବା ପରେ ସାରା ବିଶ୍ଵବାସୀ ରାଣୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତେବେ ସେ ପ୍ରାୟ ୭୦ ବର୍ଷ ବ୍ରିଟେନରେ ଶାସନ କରିଥିଲେ। ଆସନ୍ତା ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ରାଜକୀୟ ସମ୍ମାନରେ ଶବଦାହ କରାଯିବ। ଅନ୍ତିମ ସଂସ୍କାର ପୂର୍ବରୁ ଚାରି ଦିନ ବ୍ରିଟିଶ ରାଣୀଙ୍କ ମୃତଦେହ ୱେଷ୍ଟମିନିଷ୍ଟର ହଲରେ ରଖାଯିବ।
ତେବେ ମୃତ୍ୟୁ ପୂର୍ବରୁ ଗତ କିଛି ଦିନ ହେବ ରାଣୀ ଅସୁସ୍ଥ ଥିଲେ। କିନ୍ତୁ ବ୍ରିଟେନର ଲୋକମାନେ ତାଙ୍କ ମୃତ୍ୟୁ ବିଷୟରେ ଭିନ୍ନ କଥା କହୁଛନ୍ତି। ସେ କିପରି ମରିଗଲେ ସେ ବିଷୟରେ ଏକ ନୂଆ ତଥ୍ୟ ମଧ୍ୟ ସମ୍ନାକୁ ଆସିଛି। ଦର୍ଶକବନ୍ଧୁ ଆପଣ ଜାଣିଥିବେ ଅନେକ ସମୟରେ ଆମେ ଆଞ୍ଜେଲ୍ ନମ୍ବର ବିଷୟରେ କଥା ହୋଇଥାଉ। ଯାହାକି ଆମର ଭଲ ଓ ଖରାପ ସମୟ ବିଷୟରେ ଜଣାଇଥାଏ। ହୁଏତ ଭାରତରେ ଏହି ସବୁ ନମ୍ବରକୁ ପୂର୍ବରୁ ବିଶ୍ଵାସ କରାଯାଉନଥିଲା କିନ୍ତୁ ବର୍ତ୍ତମାନ ଏହି ଆଞ୍ଜେଲ ନମ୍ବରକୁ ଅନେକ ଲୋକ ବିଶ୍ୱାସ କରୁଛନ୍ତି। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକର ଜଣେ ଉପଭୋକ୍ତା ଦାବି କରିଛନ୍ତି ଯେ ରାଣୀ ଆଞ୍ଜେଲ ନମ୍ବର ୨୨୨ ଆଧାରରେ ମୃତ୍ୟୁ ବରଣ କରିଛନ୍ତି।
ବ୍ରିଟିଶ ଖବରକାଗଜ ଡେଲି ଷ୍ଟାର ଅନୁଯାୟୀ, ଜଣେ ଉପଭୋକ୍ତା ଟିକଟକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉପଭୋକ୍ତା ଭିଡିଓରେ ଦାବି କରିଛନ୍ତି ଯେ ରୟାଲ ପରିବାରର ଅନେକ ସଦସ୍ୟ ଆଞ୍ଜେଲ ନମ୍ବର ୨୨୨ ରେ ମୃତ୍ୟୁ ବରଣ କରିଛନ୍ତି।
ତେବେ ଆସନ୍ତୁ ଜାଣିବା ଏହି ଆଞ୍ଜେଲ ନମ୍ବର କ’ଣ?
ବାସ୍ତବରେ ଏହାର ସଂଖ୍ୟା ବିଜ୍ଞାନ ବା ନ୍ୟୁମେରୋଲୋଜି ଜ୍ୟୋତିଷରେ ଅନେକ ମାନ୍ୟତା ରହିଛି। ସାଧାରଣତ ଏଠାରେ ସଂଖ୍ୟାଗୁଡ଼ିକର ନମୁନା ବା ପାଟର୍ନ ଥାଏ। ଯେପରି ୧୧୧୧ କିମ୍ବା ୪୪୪୪ କିମ୍ବା ୩୨୧, ୮୭୮୭ ନମ୍ବର। ଏହିପରି ସଂଖ୍ୟା ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ। ବିଶ୍ୱାସ କରାଯାଏ ଯେ ଏହି ସଂଖ୍ୟାଗୁଡ଼ିକ ଆଧ୍ୟାତ୍ମିକ ବ୍ରହ୍ମାଣ୍ଡର ବାର୍ତ୍ତା ଯାହା ଅନ୍ତର୍ଦୃଷ୍ଟି, ଜ୍ଞାନ ପ୍ରଦାନ କରିବା ସହିତ ମଣିଷକୁ ଭଲ ଦିଗ ଦେଖାଇଥାଏ। ତେଣୁ ଅନେକ ଥର ଲୋକମାନେ ଏହାକୁ ଭାଗ୍ୟବାନ କିମ୍ବା ଦୁର୍ଭାଗ୍ୟ ମନେ କରନ୍ତି। ତେବେ ନମ୍ୱର୍ ୨ ବିଷୟରେ କହିବାକୁ ଗଲେ ଏହା ବର୍ତ୍ତମାନ ସେହି ଭାଇରାଲ୍ ଭିଡିଓକୁ ଯୋଡୁଛି।ଯାହା ବିଷୟରେ ବର୍ତ୍ତମାନ ସମୟରେ ବହୁତ ଆଲୋଚନା ହେଉଛି।
ବାସ୍ତବରେ କହିବାକୁ ଗଲେ ରାଣୀଙ୍କ ମୃତ୍ୟୁକୁ ତାଙ୍କ ଭଉଣୀ ଏବଂ ପିତାମାତାଙ୍କ ସହ ଯୋଡାଯାଇ ଉପସ୍ଥାପନ କରାଯାଇଛି। ଭିଡିଓରେ ଏହା ଫଟୋ ସହିତ ଲେଖା ହୋଇଛି ଯେ କିଙ୍ଗ ଜର୍ଜ ଷଷ୍ଠ ୧୯୫୨ ରେ ମୃତ୍ୟୁ ବରଣ କରିଥିଲେ। ରାଣୀ ଏଲିଜାବେଥଙ୍କ ମା’ ଏବଂ ଭଉଣୀ ରାଜକୁମାରୀ ମାର୍ଗାରେଟ୍ ୨୦୦୨ ରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ, ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଫଟୋ ଏହି ଭିଡିଓରେ ଦେଖାଯାଇଛି, ଯେଉଁଥିରେ ଲେଖା ଅଛି ଯେ ସେ ୨୦୨୨ ମସିହାରେ ମରିଛନ୍ତି। ଟିକଟକର ‘୨’ ସଂଖ୍ୟାକୁ ଲାଲ ରଙ୍ଗରେ ହାଇଲାଇଟ୍ କରି କ୍ୟାପସନରେ ଲେଖିଥିଲେ ଅଜବ ସଂଯୋଗ। ଶାନ୍ତିରେ ରାଣୀ ଏଲିଜାବେଥ ବିଶ୍ରାମ କରନ୍ତୁ।
ତେବେ ଏହା ପରେ ରୟାଲ୍ ଫ୍ୟାମିଲିର ପ୍ରଶଂସକମାନେ ସେମାନଙ୍କ ମତ ଦେଇଥିଲେ। ଜଣେ କହିଥଲେ, ‘ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ୨୦୨୨ ରେ ହୋଇଥିଲା। ଯାହା ମଧ୍ୟରେ ଥିଲା ୨। ତାଙ୍କ ମା, ପିତା ଏବଂ ଭଉଣୀଙ୍କ ମୃତ୍ୟୁ ମଧ୍ୟ ୨ ନମ୍ବରରେ ହୋଇଥିଲା। ପୁଣି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “୨୨୨୨” ହେଉଛି ଆଞ୍ଜେଲ ବା ଦୂତ ସଂଖ୍ୟା ଏବଂ ଏହାର ଅର୍ଥ ହେଉଛି ଆଶା, ପ୍ରେମ ଏବଂ ସକରାତ୍ମକତାର ଏକ ଶକ୍ତିଶାଳୀ ପ୍ରତୀକ। ଯାହାକି ଏକ ଶୁଭ ସଂଖ୍ୟା। ଅର୍ଥାତ୍ ମହାରାଣୀ ଅତି ସୁଖରେ ମୃତ୍ୟବରଣ କରିଛନ୍ତି। ତେବେ ଅନ୍ୟପଟେ ରାଣୀଙ୍କ ମୃତ୍ୟୁ ପାଇଁ ପୂର୍ବାନୁମାନ କରିଥିବା ଏକ ଟ୍ୱିଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଅଗଷ୍ଟ ୨୪, ୨୦୨୧ ରେ @orunmilavd ହ୍ୟାଣ୍ଡେଲରୁ ଜଣେ ଆତ୍ମ ଘୋଷିତ ଯାଦୁଗର ଏକ ଟୁଇଟ୍ କରିଥିଲେ। ଏହି ଟୁଇଟ୍ ମୂଳତ ଫ୍ରେଞ୍ଚ ଭାଷାରେ କରାଯାଇଥିଲା। ଟ୍ୱିଟରେ ଏହା ଲେଖାଯାଇଛି ଯେ ‘ଇଂଲଣ୍ଡର ରାଣୀ ସେପ୍ଟେମ୍ବର ୮ ତାରିଖରେ ମୃତ୍ୟୁବରଣ କରିବାକୁ ଯାଉଛନ୍ତି। ଯାହାକି ବର୍ତ୍ତମାନ ସତ ହୋଇଛି। ତେବେ ସୂଚନା ଅନୁଯାୟୀ ସେ କେତେ ବର୍ଷ ବୟସରେ ମୃତ୍ୟବରଣ କରିବେ ବର୍ଷ ବିଷୟରେ ଲେଖା ଯାଇନଥିଲା।
ଏହି ଟୁଇଟ୍ ଭାଇରାଲ ହେବାପରେ ଏହାକୁ ୧୫,୦୦୦ ରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ତେବେ ଏହା ଏକ ଆଶ୍ଚର୍ଯ୍ୟର ଘଟଣା ବୋଲି ମଧ୍ୟ ବ୍ରିଟେନବାସୀ କହିଛନ୍ତି। ପୁଣି ଯଦି ଆଞ୍ଜେଲ ନମ୍ୱର୍ କଥା କୁହାଯାଏ ରାଣୀ ନିଜ ଇଚ୍ଛାରେ ହୁଏତ ମୃତ୍ୟ ବରଣ କରିଛନ୍ତି ବୋଲି ଅନେକ ୟୁଜର କହିଛନ୍ତି । କାରଣ ରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନ ଆକାଶରେ ତାଙ୍କ ପ୍ରତିଛବି ମଧ୍ୟ ଦେଖା ଯାଇଥିଲା। ତେଣୁ ସେ ହେଉଛନ୍ତି ଜଣେ ପୁଣ୍ୟ ଆତ୍ମା।