ଘରେ ସୁଖ ସମୃଦ୍ଧି ଓ ଉନ୍ନତି ଆଣିଥାଏ ଏହି ୫ ବାସ୍ତୁ ଟିପ୍ସ, ଆପଣ ପରୀକ୍ଷା କରି ଦେଖନ୍ତୁ

ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବାସ୍ତୁ ଶାସ୍ତ୍ରର ନିୟମ ବହୁତ ସଫଳ ହୋଇଥାଏ । ବାସ୍ତୁ ଶାସ୍ତ୍ର ସକରାତ୍ମକ ଓ ନକରାତ୍ମକ ଶକ୍ତି ଉପରେ ଆଧାରିତ । ସକରାତ୍ମକ ଶକ୍ତି ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । କେବେ କେବେ ବହୁ ଚେଷ୍ଟା ସତ୍ତ୍ୱେ ଆର୍ଥିକ ସଂକଟ ଲାଗି ରହିଥାଏ । ବାସ୍ତୁ ଶାସ୍ତ୍ରରେ ଆର୍ଥିକ ସଂକଟ ଦୂର କରିବା ପାଇଁ କେତେକ ଖାସ ଉପାୟ ଦିଆଯାଇଛି । ଏହି ଉପାୟକୁ ଆପଣାଇ ଘରେ ସୁଖ ସମୃଦ୍ଧି ଆଣି ପାରିବେ । ଆସନ୍ତୁ ଜାଣିବା କିିଛି ଟିପ୍ସ ।

ଦିଗ ଅନୁସାରେ କରନ୍ତୁ ରଂଗ ଚୟନ

ବାସ୍ତୁ ଶାସ୍ତ୍ର ଅନୁସାରେ ଦିଗ ଅନୁସାରେ ରଂଗ ଚୟନ କରନ୍ତୁ । ପୂର୍ବ ଦିଗରେ ହାଲକା ନୀଳ ରଂଗ, ଉତ୍ତର ଦିଗରେ ସବୁଜ, ପୂର୍ବ ଦିଗରେ ଧଳା ଓ ଦକ୍ଷିଣ ଦିଗରେ ଲାଲ ରଂଗ ଲଗାନ୍ତୁ । ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ଆସିଥାଏ ।

ଜଳ ନିଷ୍କାସନ ଦିଗ ଉପରେ ଧ୍ୟାନ ଦିଅନ୍ତୁ

ବାସ୍ତୁ ଶାସ୍ତ୍ରରେ ଜଳ ନିଷ୍କାସନ ଦିଗ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଘରର ପାଣି ଟାଙ୍କି ସର୍ବଦା ଦକ୍ଷିଣ, ଦକ୍ଷିଣ ପୂର୍ବ ଦିଗ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଦରକାର । ଏହାଦ୍ୱାର ଧନ ଲାଭ ହୋଇଥାଏ ।

ଏହି ଦିଗରେ ରଖନ୍ତୁ ତେଜୋରୀ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ତେଜୋରୀ ରଖିବାର ମଧ୍ୟ ଦିଗ ରହିଛି । ବାସ୍ତୁ ଅନୁସାରେ ତେଜୋରୀକୁ ସର୍ବଦା ଦକ୍ଷିଣ ବା ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ । ଏହାଦ୍ୱାରା ଧନ ଲାଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.