ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ପଦାମାଳ ଗାଁରେ ଗ୍ୟାସ ଟାଙ୍କି ଫାଟିବା ଘଟଣାରେ ବଢିଲା ଆହତଙ୍କ ସଂଖ୍ୟା । ଆହତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ୭ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ICUରେ ଭର୍ତ୍ତି କରାଯାଇଛି । ଗତକାଲି ଗାଁର ଦଣ୍ଡାଧର ସାହୁଙ୍କ ଘରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା।