କେବଳ ଏହି ପ୍ରକାର ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା: ଜାଣନ୍ତୁ ଏହାର କାରଣ

ଦିନ ହେଉ ବା ରାତିରେ ମଶା କାମୁଡିବା ଦ୍ୱାରା ନିଦ୍ରା ଭଙ୍ଗ ହୋଇଯାଏ। ନିଦରେ ମଶା କାମୁଡିଲେ ନିଦ ମଧ୍ୟ ଖରାପ ହୋଇଯାଏ। ନିଦ ଖରାପ ହେବା ଓ ବ୍ୟସ୍ତ ଲାଗିବା ପଛର କାରଣ ମଶା କାମୁଡିବା ଦ୍ୱାରା ସ୍କିନରେ ହେଉଥିବା ଜ୍ୱଳନ ଓ କୁଣ୍ଡେଇ ହେବା କାରଣରୁ ଦାଗ ମଧ୍ୟ ପଡିଯାଏ ଓ କେବେ କେବେ ସଂକ୍ରମଣ ମଧ୍ୟ ହୋଇଯାଏ। ତେବେ ଯଦି ଆପଣଙ୍କୁ ଲାଗୁଛି କି, ମଶା ଆପଣଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ କାମୁଡୁଛନ୍ତି, ତେବେ ଏହା ପଛରେ ବି ବୈଜ୍ଞାନିକ କାରଣ ରହିଛି । ଏହି ବୈଜ୍ଞାନିକ କାରଣରୁ ଆପଣ ମଶାର ଟାର୍ଗେଟରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ମଶା କେଉଁମାନଙ୍କୁ ଅଧିକ କାମୁଡନ୍ତି ଓ ଏହାର କ’ଣ ରହିଛି କାରଣ ?

ଠିକ ଯେମିତି ଆମେ ନିଜର ପସନ୍ଦ ଅନୁଯାୟୀ ଖାଦ୍ୟ ଖାଇଥାଉ ସେହିଭଳି ମଶାମାନେ ମଧ୍ୟ ସେମାନଙ୍କର ଶିକାରକୁ ପସନ୍ଦ କରନ୍ତି ଏବଂ ସେହି ଲୋକଙ୍କୁ ଅଧିକ କାମୁଡ଼ନ୍ତି । ଆମ ଶରୀରରେ କିଛି ଜିନିଷ ଅଛି ଯାହା ମଶାଙ୍କୁ ଆକର୍ଷିତ କରିଥାଏ । ମଶା ଏକ ନିର୍ଦ୍ଦିଷ୍ଟ ଜିନିଷର ଶରୀରକୁ କାମୁଡ଼ିବାକୁ ପସନ୍ଦ କରନ୍ତି ।

ରକ୍ତ

ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ଯେଉଁମାନଙ୍କର ରକ୍ତ ମିଠା, ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି । ଏହା ମଧ୍ୟ କିଛି ପରିମାଣରେ ସତ। ମଶାମାନେ ନିର୍ଦ୍ଦିଷ୍ଟ ରକ୍ତ ପ୍ରକାରର ଲୋକଙ୍କୁ କାମୁଡ଼ିବାକୁ ପସନ୍ଦ କରନ୍ତି। କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଶାମାନେ ‘ଓ’ ପଜିଟିଭ ଲୋକଙ୍କୁ ଅଧିକ କାମୁଛନ୍ତି ।

ଗନ୍ଧ

ଶରୀରର ଗନ୍ଧ ଦ୍ୱାରା ମଶା ଆକର୍ଷିତ ହୁଅନ୍ତି । ଏହାର ଅର୍ଥ ନୁହେଁ ଯେ ଯେଉଁମାନେ ଅତର ପ୍ରୟୋଗ କରନ୍ତି ସେମାନଙ୍କୁ ମଶା କାମୁଡ଼ନ୍ତି। କିନ୍ତୁ ଶରୀରର କେତେକ ପ୍ରକାରର ଗନ୍ଧ ମଶାଙ୍କୁ ଆକର୍ଷିତ କରିଥାଏ। ଶରୀରର ଝାଳରେ ବିଭିନ୍ନ ପ୍ରକାରର ଆମୋନିୟା ଏବଂ ଲାକ୍ଟିକ୍ ଏସିଡ୍ ଭଳି ବିଭିନ୍ନ ପ୍ରକାରର କମ୍ପାଉଣ୍ଡ ରହିଥାନ୍ତି, ଯାହାର ଗନ୍ଧ ମଶାମାନଙ୍କୁ ଆକର୍ଷିତ କରିଥାଏ ।

ମେଟାବୋଲିକ୍ ହାର

ଯେଉଁମାନଙ୍କର ମେଟାବୋଲିକ୍ ହାର ଅଧିକ ଥାଏ, ମଶା ଅଧିକ କାମୁଡ଼ନ୍ତି । ଗର୍ଭବତୀ ମହିଳାମାନଙ୍କର ମେଟାବୋଲିକ୍ ହାର ଅଧିକ, ତେଣୁ ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି ।

ବ୍ୟାକ୍ଟେରିଆ

ଯେଉଁଠାରେ ବ୍ୟାକ୍ଟେରିଆ ଅଧିକ ଥାଆନ୍ତି, ସେଠାରେ ମଶା ମଧ୍ୟ ଅଧିକ ରୁହନ୍ତି । ଏହି କାରଣରୁ ମଇଳା ସ୍ଥାନରେ ଅଧିକ ମଶା ରୁହନ୍ତି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ପାଦରେ ବ୍ୟାକ୍ଟେରିଆ ଅଧିକ ଥିବା କାରଣରୁ ପାଦକୁ ମଶା ଅଧିକ କାମୁଡ଼ନ୍ତି ।

କାର୍ବନ ଡାଇଅକ୍ସାଇଡ୍

କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଦ୍ୱାରା ମଶା ଆକର୍ଷିତ ହୁଅନ୍ତି । ଯେଉଁମାନେ ଯେତେ ଅଧିକ ଜୋରରେ ଦୀର୍ଘନିଶ୍ୱାସ ନିଅନ୍ତି, ସେମାନଙ୍କ ପାଖରୁ ସେତେ ଅଧିକ କାର୍ବନ ଡାଇଅକ୍ସାଇଡ୍ ବାହାରିଥାଏ । ଏପରି ଲୋକଙ୍କୁ ମଶା ଅଧିକ କାମୁଡ଼ିବାକୁ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.