ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ଥିବା ବେଳେ ଦିନେଶ କାର୍ତ୍ତିକ ବେକ ଧରି ପକାଇଲେ ରୋହିତ ଶର୍ମା, ଭିଡିଓ ଭାଇରଲ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତିନେଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍କୁ ୪ ଓ୍ଵିକେଟରେ ଜିତିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଅଜବ ଧରଣର ଘଟଣା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ୧୨ ଓଭରରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ୍ଵିକେଟ କିପର ଦିନେଶ କାର୍ତ୍ତିକଙ୍କ ବେକକୁ ଧରିଥିବା ନଜର ଆସିଥିଲେ। ଏପରି ଦୃଶ୍ୟ କେବେେ ବି କ୍ରିକେଟ ମଇଦାନରେ ଦେଖିବାକୁ ମିଳିନଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।
ଭିଡିଓରେ ଦେଖିବାକୁ ମିଳିଛି, ରୋହିତ ଶର୍ମା ସାଥି ଖେଳାଳି ଦିନେଶ କାର୍ତ୍ତିକଙ୍କ ଉପରେ ଚିତ୍କାର କରୁଥିବା ନଜର ଆସିଥିଲେ। ଚିତ୍କାର କରି ଦିନେଶ କାର୍ତ୍ତିକଙ୍କ ବେକକୁ ଧରିପକାଇଥିଲେ ରୋହିତ। ଏହି ସମୟରେ ଦିନେଶ କାର୍ତ୍ତିକ ହସୁଥିଲେ।
ଏହି ଘଟଣା ଅଷ୍ଟ୍ରେଲିଆ ଟିମ୍ ମଜବୁତରେ ଥିବା ବେଳେ ଘଟିଥିଲା। ତେଣୁ ରୋହିତ ଏହା ରାଗରେ କି ମଜାକରେ କରୁଥିଲେ ତାହା ଜଣାନାହିଁ। ମ୍ୟାଚରେ ଅଷ୍ଟ୍ରେଲିଆ ୫୨ ବଲରେ ୮୭ ରନ ଦରକାର କରୁଥିବା ବେଳେ ୮ ଓ୍ଵିକେଟ ବାକି ଥିଲା। ଠିକ୍ ଏହିସମୟରେ ଉମେଶ ଯାଦବ ବୋଲିଂ କରୁଥିଲେ। ୧୨ ଓଭର ୩ ବଲରେ ସ୍ମିଥ କଟ୍ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ବଲଟି କାର୍ତ୍ତିକଙ୍କ ଗ୍ଲୋବ୍ସରୁ ଚାଲିଯାଇଥିଲା।ସମସ୍ତ ଖେଳାଳି ଜୋରଦାର ଅପିଲ୍ କରିଥିଲେ। କିନ୍ତୁ କାର୍ତ୍ତିକ ଏହାକୁ ନେଇ ସ୍ପଷ୍ଟ କରିନଥିଲେ।
Rohit Sharma try to kill Dinesh Karthik@ImRo45 @BCCI pic.twitter.com/06d6QpaPeH
— Jiaur Rahman (@JiaurRa91235985) September 20, 2022
ରୋହିତ ଶର୍ମା ଏବଂ ଅନ୍ୟ ଖେଳାଳି ବ୍ୟାଟ ଏବଂ ବଲ୍ ବାଜିବା ନେଇ ଶବ୍ଦ ଆସିଥିଲେ। ଏହାକୁ ନେଇ ରୋହିତ ରିଭ୍ୟୁ ନେଇଥିଲେ ଏବଂ ଦିନେଶ କାର୍ତ୍ତିକଙ୍କ ପାଖକୁ ଯାଇ ଚିତ୍କାର କରିଥିଲେ। ତେଣୁ ସମସ୍ତେ ଯଦି ଅପିଲ କରୁଥିଲେ, ତେବେ କାର୍ତ୍ତିକ କ’ଣ ପାଇଁ ଦେଖିପାରିନଥିଲେ। ଶେଷରେ ରିଭ୍ୟୁରେ ସ୍ମିଥ ଆଉଟ ହୋଇଥିଲେ। ଏହି ଓଭରରେ ଉମେଶ ମ୍ୟାକ୍ସେଓ୍ଵଲଙ୍କୁ ଆଉଟ୍ କରିଥିଲେ।
ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ। ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ଗତକାଲି ମ୍ୟାଚରେ ୨୦୮ରନ ବିଶାଳ ସ୍କୋର କରି ମଧ୍ୟ ହାରିଥିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ଧୂଆଁଦାର ବ୍ୟାଟିଂ ବିଫଳ ହୋଇଥିଲା। ଭାରତୀୟ ବୋଲର ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୫୨ ରନ୍, ହର୍ଷଲ ପଟେଲ ୪୯ ରନ, ଅକ୍ଷର ପଟେଲ ୧୭ ରନ ଦେଇ ୩ ଓ୍ଵିକେଟ ନେବାରେ ସଫଳ ହୋଇଥିଲେ। ଉମେଶ ଯାଦବ ୨ ଓଭରରେ ୨୭ ରନ୍ ଦେଇ ୨ ଓ୍ଵିକେଟ ନେଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନେଇଥିଲା । ଆଉ ତାଙ୍କ ବୋଲର ବି ଘରୋଇ ଦଳର ବ୍ୟାଟରଙ୍କୁ ବଡ଼ ବଡ଼ ଝଟ୍କା ଦେଇଥିଲେ । ଅଧିନାୟକ ରୋହିତ ଶର୍ମା ୧୧ ଏବଂ ଫର୍ମକୁ ଫେରିଥିବା କୁହାଯାଉଥିବା ବିରାଟ କୋହଲି ୨ ରନ୍ କରି ଆଉଟ୍ ହୋଇଥିଲେ । ତେବେ କେଏଲ୍ ରାହୁଲ ୫୫ ରନ୍ (୩୫ ବଲ୍, ୪ ଚୌକା, ୩ ଛକା) ଏବଂ ସୂର୍ଯ୍ୟ କୁମାର ଯାଦବ ମାତ୍ର ୨୫ ବଲରେ ୪୬ ରନ୍ (୨ ଚୌକା, ୪ ଛକା) କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୦ଟି ବଲରୁ ୭୧ ରନ୍ ସ୍କୋର କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଫଳରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ୍ କରିଥିଲା।
Also Read : ଅଷ୍ଟ୍ରେଲିଆ ସହିତ ମ୍ୟାଚ୍ ପୂର୍ବରୁ ଷ୍ଟ୍ରେସ ଦୂର ପାଇଁ ବିରାଟ ଏବଂ ହାର୍ଦ୍ଦିକ କଲେ ଡ୍ୟାନ୍ସ, ସେୟାର କଲେ ଭିଡିଓ