ସ୍ତ୍ରୀଙ୍କୁ ଭୁଲି ଏହି ଯୁବତୀଙ୍କ ପ୍ରେମରେ ପାଗଳ ଅର୍ଜୁନ ରାମପାଲ; ବିନା ବିବାହରେ ଲିଭ୍-ଇନ୍ରେ ହୋଇଗଲା ଛୁଆ!
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ସେଲିବ୍ରିଟିମାନଙ୍କ ବ୍ରେକ୍ଅପ ଓ ପ୍ୟାଚ୍ଅପ ଲାଗି ରହିଥାଏ। ସେମାନଙ୍କ ବ୍ୟକ୍ତିଗତ ଏବଂ ପ୍ରଫେସନାଲ ଲାଇଫ୍ ବିଷୟରେ ଜାଣିବା ପାଇଁ ଫ୍ୟାନ୍ମାନେ ବେଶ୍ ଆଗ୍ରହୀ ଥାଆନ୍ତି। ଏହାରି ଭିତରେ ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ପୂର୍ବରୁ ନିଜଠୁ ବୟସରେ ବଡ଼ ଜଣେ ମଡେଲଙ୍କୁ ବିବାହ କରିଥିଲେ। ଏପରି କି, ସେ ୨୦ ବର୍ଷ ପର୍ଯ୍ୟନ୍ତ ବି ସ୍ୱାମୀର କର୍ତ୍ତବ୍ୟ ନିଭାଇଥିଲେ ଏବଂ ସ୍ତ୍ରୀଙ୍କ ସହ ଖୁସିରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତା ନିଜଠୁ ୧୫ ବର୍ଷ ସାନ ଜଣେ ଯୁବତୀଙ୍କୁ ହୃଦୟ ଦେଇ ବସିଛନ୍ତି। ସେ ଏହି ସୁନ୍ଦରୀଙ୍କ ସହ କିଛି ବର୍ଷ ହେବ ଲିଭ୍-ଇନ୍ରେ ରହି ଆସୁଛନ୍ତି। ଖାସ୍ କଥା ହେଉଛି, ଅଭିନେତା ତାଙ୍କ ସହ ସମ୍ପର୍କରେ ରହିବା ପରେ ବିନା ବିବାହରେ ବାପା ମଧ୍ୟ ହୋଇଛନ୍ତି। ଏଠି ଆମେ କହୁଛୁ, ବଲିଉଡ୍ର ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲଙ୍କ ବିଷୟରେ। ଆସନ୍ତୁ ଜାଣିବା…
ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ନିଜ ଫିଲ୍ମି କ୍ୟାରିୟରରେ ବହୁତ କମ୍ ଫିଲ୍ମ କରିଛନ୍ତି। ହାତଗଣତି ଫିଲ୍ମ କରିବା ସତ୍ତ୍ୱେ ଅର୍ଜୁନଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ମଧ୍ୟ ମିଳି ସାରିଛି। ହେଲେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଯେମିତି ଫେମସ୍ ଅଛନ୍ତି, ସେମିତି ଆକ୍ଟିଂ ପାଇଁ ନାହାନ୍ତି। ଅର୍ଜୁନ ରାମପାଲ ନିଜ ଲୁକ୍ସ ଦ୍ୱାରା ଅନେକ ସୁନ୍ଦରୀଙ୍କୁ ନିଜର ଦିଓ୍ଵାନା ବନାଇଛନ୍ତି। କିନ୍ତୁ ଯେତେବେଳେ ସେ ଜଣେ ସଫଳ ଅଭିନେତା ନ ଥିଲେ, ସେତେବେଳେ ନିଜଠୁ କିଛି ବର୍ଷ ବଡ଼ ସୁପରମଡେଲ ତଥା ପୂର୍ବତନ ମିସ୍ ଇଣ୍ଡିଆ ମେହର ଜେସିୟାଙ୍କୁ ବିବାହ କରି ନେଇଥିଲେ।
ଅଭିନେତା ୧୯୯୮ ମସିହାରେ ମେହର ଜେସିୟାଙ୍କୁ ବିବାହ କରିଥିଲେ। ଏହାପରେ ସେ ଦୁଇ ସୁନ୍ଦରୀ ଝିଅଙ୍କ ବାପା ହେବାର ସୌଭାଗ୍ୟ ଲଭିଥିଲେ। ତାଙ୍କର ଦୁଇ ଝିଅ ହେଲେ ମାୟରା ଓ ମାହିକା। କିନ୍ତୁ ଅର୍ଜୁନ ରାମପାଲଙ୍କ ଏହି ବିବାହ ୨୦ ବର୍ଷ ହିଁ ଚାଲି ପାରିଥିଲା ଏବଂ ଏହାପରେ ଦୁହେଁ ସ୍ୱାମୀ, ସ୍ତ୍ରୀ ନିଜ ନିଜ ରାସ୍ତା ବାଛି ନେଇଥିଲେ। ମେହରଙ୍କଠାରୁ ଛାଡ଼ପତ୍ର ନେବା ଭିତରେ ଅର୍ଜୁନ ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡିମେଟ୍ରେଡ୍ସଙ୍କୁ ଭଲପାଇ ବସିଲେ। ଏହାପରେ ଦୁହେଁ ଲିଭ୍-ଇନ୍ରେ ରହିବା ଆରମ୍ଭ କରିଥିଲେ। ଏହି ସମ୍ପର୍କର କିଛି ମାସ ପରେ ହିଁ ଗାବ୍ରିଏଲା ଅର୍ଜୁନଙ୍କ ପିଲାର ମା’ ହୋଇଥିଲେ। ସେମାନଙ୍କ ପୁଅର ନାଁ ‘ଏରିକ୍’। କିନ୍ତୁ ଖାସ୍ କଥା ହେଉଛି, ଗାବ୍ରିଏଲା ଓ ଅର୍ଜୁନଙ୍କ ବିବାହ ହୋଇନାହିଁ।
View this post on Instagram
ଗାବ୍ରିଏଲାଙ୍କ ସହ ରିଲେସନଶିପ୍ରେ ଆସିବା ପରେ ଅର୍ଜୁନ ରାମପାଲ ବହୁତ କମ୍ ହିଁ ପବ୍ଲିକରେ ନଜର ଆସୁଛନ୍ତି। ହେଲେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ନିଜ ପୁଅ ଓ ଝିଅଙ୍କ ସହିତ ସେ ମଝିରେ ମଝିରେ ବୁଲିବାକୁ ଯାଆନ୍ତି। ଅଭିନେତାଙ୍କ ଓ୍ଵାର୍କଫ୍ରଣ୍ଟ ବିଷୟରେ କଥା ହେବା ତ, ସେ ଶେଷ ଥର ଫିଲ୍ମ ‘ଧାକଡ଼’ରେ ନଜର ଆସିଥିଲେ। ବର୍ତ୍ତମାନ ସେ ଫିଲ୍ମ ‘ଦ ବ୍ୟାଟଲ୍ ଅଫ୍ ଭୀମା କୋରେଗାଁଓ’ରେ ନଜର ଆସିବାକୁ ଯାଉଛନ୍ତି। ଏଥିସହ ଫିଲ୍ମ ‘ନାସ୍ତିକ’ର ମଧ୍ୟ ଶୁଟିଂ କରୁଛନ୍ତି।
View this post on Instagram