ହକି ବିଶ୍ୱକପ୍‌ ପାଇଁ ୨ ଜଣ ଓଏସଡିଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ୨ ଜଣ ଓଏସଡି ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଜଣ ଆଇଏଏସ୍‌ ଅଫିସର ଭୁପିନ୍ଦର ସିଂ ପୁନିଆ ଓ ରଘୁ ଜୀଙ୍କୁ ଅଫିସର ଅନ୍‌ ସ୍ପେସାଲ୍‌ ଡ୍ୟୁଟି ଭାବରେ ନିଯୁକ୍ତି ମିଳିଛି । ହକି ବିଶ୍ୱକପ ମ୍ୟାଚ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାରେ ଖେଳାଯିବ ।

ଭୁବନେଶ୍ୱର ପାଇଁ ରଘୁ ଜୀଙ୍କୁ ଓଏସଡି ଭାବରେ ନିଯୁକ୍ତି ମିଳିଛି । ସେହିପରି ରାଉରକେଲା ପାଇଁ ଭୁପିନ୍ଦର ସିଂ ପୁନିଆଙ୍କୁ ମିଳିଛି ନିଯୁକ୍ତି । ଭୁପିନ୍ଦର ସିଂ ପୁନିଆ ଏବେ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ସେହିପରି ରଘୁ ଜୀ ଏବେ କଟରେ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ ଅଛନ୍ତି । ଏସବୁ ଦାୟିତ୍ୱ ସହ ହକି ବିଶ୍ୱକପ୍‌ର ଓଏସଡି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି IAS ବଲଓ୍ଵନ୍ତ ସିଂଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । BDA ଭାଇସ୍‌ ଚେୟାରମ୍ୟାନ ସହ ଭୁବନେଶ୍ୱର ସ୍ମାର୍ଟସିଟି MD ଦାୟିତ୍ୱରେ ମଧ୍ୟ ରହିବେ ବଲଓ୍ଵନ୍ତ ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.